Wednesday , May 31 2023
Breaking News
Home / ତାଜା ଖବର / ଗାଧୁଆ କାଳହେଲା, କାଠଯୋଡ଼ିରେ ଅଘଟଣ,ଵୁଡି ପ୍ରାଣ ହରାଇଲେ ନାଵାଳକ

ଗାଧୁଆ କାଳହେଲା, କାଠଯୋଡ଼ିରେ ଅଘଟଣ,ଵୁଡି ପ୍ରାଣ ହରାଇଲେ ନାଵାଳକ

କଟକ ସଦର,୦୧/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କାଠଯୋଡିରେ ଗାଧୋଇବା କାଳ ହେଲା ଜଣେ ନାଵାଳକ ପାଇଁ। ତିନି ଜଣ ସାଙ୍ଗଙ୍କ ସହିତ ଗାଧୋଉଥିବା ସମୟରେ ଚୋରା  (ଭୁସା) ଵାଲିରେ ଦଵିଯାଇଁ ଜଣଙ୍କର ଅଭାବନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରକାଶ ଯେ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱରପୁର କୋଦିଣ୍ଡାର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ୧୫ ବର୍ଷିୟ ପୁଅ ରାଜା ଓରଫ ପ୍ରଭାତ କୁମାର ସାହୁ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହିତ ଆଜି ଗୁରୁବାର ମଧ୍ୟାହ୍ନରେ କାଠଯୋଡ଼ିକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଦୁଇ ଜଣ ସାଙ୍ଗ ବର୍ତ୍ତି ଯାଇଥିବା ବେଳେ ରାଜା ଚୋରାଵାଲିରେ ଦଵି ଯାଇଥିଲେ। ସେଠାରେ ମାଛ ଧରୁଥିବା କିଛି ଲୋକ ଜାଲ ପକାଇ ରାଜାକୁ ଉଦ୍ଧାର କରିଥିଲେ ସୁଦ୍ଧା ତାଙ୍କର ଜୀବନ ଚାଲିଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଛେଦ ପାଇଁ କଟକ ଵଡ ମେଡିକାଲ ପଠାଇ ୫/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ରାଜାର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.