Wednesday , May 31 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଟ୍ରିଷ୍ଟ ବେକରୀ ପରିଦର୍ଶନ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଟ୍ରିଷ୍ଟ ବେକରୀ ପରିଦର୍ଶନ

କେନ୍ଦ୍ରାପଡ଼ା,୦୧/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଗୁଲନଗର ଦଣ୍ଡାମୁଣ୍ଡ ଛକରେ ଅବସ୍ଥିତ ଟ୍ରିଷ୍ଟ ବେକରୀ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଋତୁରାଜ ସେଠାରେ ପହଂଚିବା ପରେ ଟ୍ରିଷ୍ଟ ବେକରୀର ମାଲିକ ସେକ ଦିଲସାଦ ଜିଲ୍ଲାପାଳଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ଦିଲସାଦଙ୍କୁ  ଟ୍ରିଷ୍ଟ ବେକରୀରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଘ୍ରୀ ଓ ତା’ର ଗୁଣବତା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ସେଠାରେ ପ୍ରସ୍ତୁତ ସମସ୍ତ ଖାଦ୍ୟ ସାମଗ୍ରୀ ସରକାରଙ୍କ ନୀତି ନିୟମ ଅନୁଯାଇ ପ୍ରସ୍ତୁତ କରିବା ସହ ଲୋକମାନଙ୍କୁ ଉପଯୁକ୍ତ ମୂଲ୍ୟରେ ବିକ୍ରୀ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.