କେନ୍ଦ୍ରାପଡ଼ା,୦୧/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୪ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହି ୪ଜଣଙ୍କ ମଧ୍ୟରୁ ରାଜନୀତି ବିଜ୍ଞାନ ବିଭାଗରେ ୩ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଇଂରାଜୀ ବିଭାଗରେ ଜଣେ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ୪ଜଣ ଅଧ୍ୟାପକ ଆସନ୍ତା ଶୁକ୍ରବାର କଲେଜରେ ଯୋଗଦେବେ ବୋଲି ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ୩ମାସ ତଳେ ଏହି ମହାବିଦ୍ୟାଳୟର ବାଣିଜ୍ୟ, ସଂସ୍କୃତ, ଅର୍ଥନୀତି, ଜୀବ ବିଜ୍ଞାନ, ଉଭିଦ୍ଧ ବିଜ୍ଞାନ, ଦର୍ଶନ ଓ ମନସ୍ତତ୍ୱ ବିଭାଗ ପ୍ରଭୃତିରେ ୧୨ଜଣ ଅଧ୍ୟାପକ ଯୋଗଦେଇଥିଲେ । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ନିରନ୍ତର ଉଦ୍ୟମ ଓ ପ୍ରୟାସ ଯୋଗୁଁ କେନ୍ଦ୍ରାପଡା କଲେଜରେ ଖାଲି ପଡିଥିବା ପଦରେ ଅଧ୍ୟାପକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ବିଧାୟକ ଶ୍ରୀ ବେହେରା ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର