କଟକ ୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଗତକାଲି କୁଆଖାଇ ନଦୀରେ ବୁଡି ନିଖୋଜ ଦୁଇ ନାବାଳକଙ୍କ ମୃତ ଦେହ ଉଦ୍ଧାର ହୋଇଛି। କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।
ଖବର ଅନୁଯାୟୀ, ଗତକାଲି ପାଞ୍ଚ ଜଣ ସାଙ୍ଗ ପଟିଆ ଅଂଚଳରୁ ୨ ଟି ମୋଟରସାଇକେଲ ରେ ଆସି ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିବା ବେଳେ ହଠାତ୍ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସିଯାଇଥିଲେ । ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ । ଅଗ୍ନୀଶମ ବାହିନୀ ଓ ଓଡ଼ରାଫ ଟିମ୍ ଗତକାଲି ତଲାସି କରି ନିଖୋଜ ୨ ଜଣ ଙ୍କ ମଧ୍ୟରୁ ଜଣକ ମୃତ ଦେଡ ଉଦ୍ଧାର କରିଥିଲେ । ଆଜି ପୁଣି ଓଡ଼ରାଫ ଟିମ୍ ତଲାସି କରି ଅନ୍ୟ ନିଖୋଜ ମୃତ ଦେହ ଉଦ୍ଧାର କରିଛନ୍ତି ।
ମୃତ ଦେହ ଉଦ୍ଧାର କରାଯାଇଥିବା ନିଖୋଜ ଦୁଇ ଜଣଙ୍କ ନାଁ ରୀତି ରଞ୍ଜନ ମାଢ଼ି ଓ ଆଶୁତୋଷ ପାଲ । ଉଦ୍ଧାର ହୋଇଥିବା ତିନି ଜଣଙ୍କ ନାଁ ଲିପୁନ ରାଉତ, ଶୁଭମ୍ ମହାନ୍ତି ଓ ମହାବୀର ପ୍ରସାଦ ଗୌରା। ଓଡ଼ିଶା ସମାଚାର