Saturday , June 10 2023
Breaking News
Home / ବିଶେଷ /   ୪୨ ମୌଜାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଉବିପ ସଭାପତି ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ

  ୪୨ ମୌଜାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଉବିପ ସଭାପତି ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ,୩୧/୦୮(ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜାର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ସାତଦଫା ଦାବିପତ୍ର ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲାପାଳ ଏବଂ ବିଭିନ୍ନ ସରକାରୀ ବିଭାଗକୁ ଡାକ ମାଧ୍ୟମରେ ପଠାଯାଇଛି । ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉକ୍ତ ଦାବିପତ୍ରରେ ୪୨ ମୌଜା ମୁଖ୍ୟରାସ୍ତାର ପୁନରୁଦ୍ଧାର ଓ ଉନ୍ନତି କରଣ,୪୨ ମୌଜା ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ମଲିଆ ଯୋର ମାଧ୍ୟମରେ କରିବା ପାଇଁ ଏହାର ପୁନରୁଦ୍ଧାର,ବେଣ୍ଟକାର ଡାକ୍ତରଖାନାର ଉନ୍ନତି କରଣ କରିବାସହ ବିଶେଷଜ୍ଞ ଡାକ୍ତର ନିଯୁକ୍ତି  ଏବଂ ମେଡିକାଲ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧର ବ୍ୟବସ୍ଥା, ଏହି ଅଞ୍ଚଳରେ ନୂତନ ଉନ୍ନତ ମାନ ର ଜଳସେଚନ ବ୍ୟବସ୍ଥା,ନହେଲେ ଅଚଳ ହୋଇ ପଡ଼ିଥିବା ସିଷ୍ଟମକୁ ମରାମତି କରିବା, ଐତିହାସିକ ବଳିବାମନ ପୀଠକୁ ସଂଯୋଗିକରଣ ପାଇଁ ଏକ ରାସ୍ତା ନିର୍ମାଣ ଏବଂ ଏହାକୁ ପର୍ୟ୍ୟଟନ ସ୍ଥଳୀ ଭାବରେ ଘୋଷଣା କରି ଏହାର ସୌନ୍ଦର୍ୟ୍ୟ କରଣ ବ୍ୟବସ୍ଥା,ଶୀତଳ ଭଣ୍ଡାର ନିର୍ମାଣ,୪୨ ମୌଜାରେ ଏକ ଦମକଳ କେନ୍ଦ୍ର ସ୍ଥାପନ ଆଦି ମୁଖ୍ୟ ବ୍ୟବସ୍ଥା ଉପରେ ଲେଖି ଜଣାଇଛନ୍ତି । ଏହାର ତୁରନ୍ତ ସମାଧାନ ଦିଗରେ ଧ୍ୟାନ ଦେବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.