Saturday , June 10 2023
Breaking News
Home / ବିଶେଷ / ରାଜଧାନୀରେ ଦୁଇଟି ହତ୍ୟାକାଣ୍ଡ , ତଦନ୍ତ ଜାରି

ରାଜଧାନୀରେ ଦୁଇଟି ହତ୍ୟାକାଣ୍ଡ , ତଦନ୍ତ ଜାରି

ଭୁବନେଶ୍ୱର,୩୧/୦୮/୨୦୨୨(ଓଡ଼ିଶା ସମାଚାର)- ରାଜଧାନୀ ରେ ଦୁଇଟି ହତ୍ୟା ଘଟଣା ଏବେ ଲୋକଲୋଚନକୁ ଆସିଛି । ଗୋଟିଏ ଘଟଣା ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଘଟିଥିବାବେଳେ ଅନ୍ୟ ଘଟଣା ଟି ଡ଼ିସିପି ଅଫିସ ନିକଟରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ଖାରବେଳ ନଗର ଥାନା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ସ୍ୱାମୀଙ୍କ ଅନୁପସ୍ଥିତିରେ କେହି ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱାମୀ ଅନନ୍ତ ନାରାୟଣ ନାଥ ଅଭିଯୋଗ ଆଣିଛନ୍ତି । ତେବେ ବେକରେ ଦାଗ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ମୃତ ଶୁଭଶ୍ରୀ ମହାପାତ୍ରଙ୍କ ମରଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।
ସେହିପରି ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ୍ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।
ସୂଚନା ଅନୁଯାୟୀ, ସୌମ୍ୟ କୁଣ୍ଡୁ ନାମକ ଜଣେ ପାନ ଦୋକାନୀଙ୍କୁ ୬/୭ ଜଣ ଯୁବକ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସୌମ୍ୟ କୁଣ୍ଡୁଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ଅଭିଯୁକ୍ତ ପଥରବନ୍ଧ ଅଞ୍ଚଳର ବୋଲି ଜଣାଯାଇଛି। ସହିଦ ନଗର ପୁଲିସ ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.