Monday , June 5 2023
Breaking News
Home / ବିଶେଷ / ନିରାକାରପୁର ଅଂଚଳରେ ଗଣେଶ ପୂଜା ଧୁମଧାମରେ ଅନୁଷ୍ଠିତ

ନିରାକାରପୁର ଅଂଚଳରେ ଗଣେଶ ପୂଜା ଧୁମଧାମରେ ଅନୁଷ୍ଠିତ

ନିରାକାରପୁର ୩୧/୦୮/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ଆଖପଖ ଅଂଚଳରେ ଗଣେଶ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ସକାଳୁ ନୂଆ ପୋଷାକ ପରିଧାନ କରି ଗଣେଶ ମୂର୍ତିଙ୍କ ନିକଟରେ ଫୁଲଚନ୍ଦନ ଅର୍ପଣ କରି ପୂଜାଅର୍ଚ୍ଚନା କରି ଆର୍ଶିବାଦ ଭିକ୍ଷା କରିଥିଲେ । ନିରାକାରପୁର ଗେଟ ବଜାର, ବଡ଼ ବଜାର, ନିରାକାରପୁର ଡ଼ିଏଭି ପବ୍ଲିକ ସ୍କୁଲ, ନେତାଜୀ ପବ୍ଲିକ ସ୍କୁଲ, ଆର୍ଯ୍ୟ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଙ୍କିଆ ଓଁ ଶ୍ରୀ ଗ୍ରୁପ ଦ୍ୱାରା ଜଙ୍କିଆ ପଲ୍ଲୀ ଉତ୍ସବ ପଡ଼ିଆରେ,ଗେଟ ବଜାରସ୍ଥିତ ଇଗଲ କ୍ଲବ ,ନିରାକାରପୁର ସାହି, ମଞ୍ଜାରିଆପାଟଣା, ଷ୍ଟେସନ ବଜାର,କାଶୀପୁର,ପାଣ୍ଡବପାଟଣା, କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ବିଦ୍ୟାଳୟ , ମଳିପଡ଼ା ବାଙ୍ଗୁର ଶିକ୍ଷା ସଦନ, ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟ ,ଚାଣକ୍ୟ ଟି୍ୟୁଟରିଆଲ , ଏସ.ଏନ ଟିଟୁ୍ୟରିଆଲ , ସିୟାରାମ କୋଚିଙ୍ଗ ସେର ସମେତ ପାଖାପାଖି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.