କଟକ ସଦର ୩୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କରୋନା ପାଇଁ ଦୁଇ ବର୍ଷ ହେଲା ବିଦ୍ୟାଳୟ ବନ୍ଦ ଥିଵାରୁ ନା ଗଣେଶ ପୂଜା ନା ସରସ୍ଵତୀ ପୂଜା ପିଲା କରିପାରିଥିଲେ।ହେଲେ କରୋନା ପରିସ୍ଥିତି ସ୍ବାଭାବିକ ହେଵାରୁ ସ୍କୁଲ ଖୋଲିଛି। ଦୁଇ ବର୍ଷ ପରେ ପିଲାଏ ଖୁସିରେ ସ୍କୁଲରେ ଗଣେଶ ପୂଜା କରି ଭୋଜି ଖାଇବାକୁ ଆଶା ରଖିଥିଵା ଵେଳେ ଅନେକ ବିଦ୍ୟାଳୟରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଭୋଜି ବନ୍ଦ ହେଵାର କାରଣ ସମ୍ପର୍କରେ ଜାଣିବାକୁ ଅନୁସନ୍ଧାନ କରିଵାରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ସରକାର ଅନ୍ୟ ସଂସ୍ଥାକୁ ଦେଇଦେଵା ଜଣାପଡିଛି। ମଧ୍ୟାନ ଭୋଜନରୁ ଵର୍ଷ ସାରା କିଛି କିଛି ସଂଚୟ କରି ପୂଜାରେ ଭୋଜି କରାଯାଉଥିଲା। ହେଲେ ଅନ୍ୟ ସଂସ୍ଥା ରୋଷେଇ କରି ଆଣି ବିଦ୍ୟାଳୟରେ ଦେଉଥିବାରୁ ଏଥିପାଇଁ ପୂଜା ଭୋଜି ପାଇଁ ସ୍କୁଲ କର୍ତୃପକ୍ଷ ମନଯୋଗ ଦେଇନଥିବା ଅଭିଯୋଗ ହେଉଛି। ସେହି ରୋଷେଇ ଯୋଗାଣକାରୀ ସଂସ୍ଥାମାନେ ଯଦି ଗଣେଶ ପୂଜାରେ ସାକାହାରୀ ବ୍ୟଞ୍ଜନ ଯୋଗାଇ ଦେଇଥାଆନ୍ତେ, ତେଵେ ପିଲାମାନେ ଏଥିରୁ ନିରାଶ ହୋଇନଥାନ୍ତେ ଵୋଲି ମତପ୍ରକାଶ ପାଇଛି। ଓଡ଼ିଶା ସମାଚାର