Thursday , June 1 2023
Breaking News
Home / ଶିକ୍ଷା / ଚିତ୍ରୋତ୍ପଳା ହାଇସ୍କୁଲ ରେ  ପାଳିତ ହେଲା ଗଜାନନ ଙ୍କ ପୂଜା ଓ ପୋଷାକ ବିତରଣ ଉତ୍ସବ

ଚିତ୍ରୋତ୍ପଳା ହାଇସ୍କୁଲ ରେ  ପାଳିତ ହେଲା ଗଜାନନ ଙ୍କ ପୂଜା ଓ ପୋଷାକ ବିତରଣ ଉତ୍ସବ

 ନିଶ୍ଚିନ୍ତକୋଇଲି,୩୧/୦୮/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ହାଇସ୍କୁଲ ରେ ବିଘ୍ନବିନାଶକ ଗଣନାଥ ଙ୍କ ପୂଜା ଯଥାବିଧି ଆନନ୍ଦ ଉଲ୍ଲାସ ରସହ ପାଳିତ ହୋଇଛି । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଣେଶ ଙ୍କ ପୂଜାପାଳନ  ଅବସରରେ ବେଶ ଉତ୍ସାହିତ ଥିଲେ । ବିଗତ ଦୁଇ ବର୍ଷ ଧରି ପିଲାମାନେ କରୋନା ପାଇଁ କୌଣସି ପୂଜା ଉତ୍ସବ ପାଳନ କରିନଥିଲେ । ଗଣେଶ ପୂଜା ରେ  ସାମଗ୍ରିକ ଭାବେ ପିଲାମାନଙ୍କ ମଧ୍ୟରେ ବେଶ ଉଲ୍ଲାସ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ଅବସର ପ୍ରାପ୍ତ  ଶିକ୍ଷକ ବଂଶୀଧର ବେହେରା, କେଶବ ଚନ୍ଦ୍ର ବାରିକ, ପ୍ରଭାତ କୁମାର ନାୟକ,ଶିକ୍ଷକ ରବୀନ୍ଦ୍ର ବେହେରା, ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବେହେରା ପ୍ରମୁଖ  ଯୋଗ ଦେଇଥିଲେ । ଉତ୍ସବ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସହକର୍ମୀ କାର୍ୟ୍ୟକ୍ରମ ରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.