କେନ୍ଦ୍ରାପଡା, ୩୧/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ୨ ଓ ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ଦେୟ ବୃଦ୍ଧି ପାଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ଓ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିରୋଧ କରାଯିବା ପରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇ କଲେଜ କର୍ତୃପକ୍ଷ ନାମଲେଖା ଦେୟକୁ ହ୍ରାସ କରିଥିଲେ । ଆଜି ସେହି ଘଟଣାକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କୁ କଲେଜ ମୁଖ୍ୟ ଫାଟକ ନିକଟରେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, କଲେଜ ପରିଚାଳନା କମିଟି ସଭାପତି ଡା. ବାସୁଦେବ ପାତ୍ର, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଡଃ. ପ୍ରଭାକର ମଲ୍ଲିକ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ମହେନ୍ଦ୍ର ମିଶ୍ର, କାଉନସିଲର ପ୍ରଭାଶିଷ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, କାଉନସିଲର ଉମେଶ ନାୟକ, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର