Sunday , October 1 2023
Home / କ୍ରୀଡ଼ା / କେନ୍ଦ୍ରାପଡା କଲେଜରେ ଜାତୀୟ କ୍ରୀଡାଦିବସ ପାଳିତ

କେନ୍ଦ୍ରାପଡା କଲେଜରେ ଜାତୀୟ କ୍ରୀଡାଦିବସ ପାଳିତ

କେନ୍ଦ୍ରାପଡ଼ା, ୩୧/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜାତୀୟ କ୍ରୀଡାଦିବସ ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ସାଇକେଲ ଯୋଗେ ବାହାରି ସିଦ୍ଧ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଫେରିଆସିିଥିଲେ । ପ୍ରଥମେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ସେହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସେହି ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରରେ ଡଃ. ଜ୍ଞାନରଞ୍ଜନ ଦାସ, ଏନସିସି ଅଫିସର ମେଜର ମନୋରଞ୍ଜନ ମହାନ୍ତି, ରଞ୍ଜିତ କୁମାର ଦାସ, ସୁବ୍ରତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷିକା ପ୍ରତିମାରାଣୀ ଦ୍ୱିବେଦୀଙ୍କ ପ୍ରତ୍ୟତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *