Wednesday , May 31 2023
Breaking News
Home / ବିଶେଷ / କୁଆଖାଇ ନଦୀରେ ବୁଡି ଦୁଇ ଯୁବକ ନିଖୋଜ

କୁଆଖାଇ ନଦୀରେ ବୁଡି ଦୁଇ ଯୁବକ ନିଖୋଜ

କଟକ ୩୧/୦୮/୨୦୨୨(ଓଡ଼ିଶା ସମାଚାର)- କୁଆଖାଇ ନଦୀରେ ବୁଡି ଦୁଇ ଯୁବକ ନିଖୋଜ । କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଉଦ୍ଧାର ପାଇଁ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି।
ଖବର ଅନୁଯାୟୀ, ପାଞ୍ଚ ଯୁବକ ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଘଟିଛି ଏଭଳି ଅଘଟଣ । ହଠାତ୍ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସିଯାଇଥିଲେ । ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଦ୍ୱୟ ହେଉଛନ୍ତି ଋତୁରାଜ ଓ ଆସୁତୋଷ । ସେମାନେ ୨ ଟି ବାଇକ୍ ରେ ଆସିଥିଲେ । ବ୍ରିଜ୍ ଉପରେ ୨ଟି ବାଇକ୍ ରହିଛି । ନିଖୋଜ ବାଳକ ଦ୍ବୟ ଭୁବନେଶ୍ବର ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଉଦ୍ଧାର ହୋଇଥିବା ତିନି ଜଣ ଙ୍କୁ ପୋଲିସ୍ ପଚରାଉଚରା କରୁଛି । ପ୍ରଥମେ କିଛି କହିବା ପାଇଁ ମଙ୍ଗୁନଥିଲେ ମଧ୍ୟ ସେମାନେ ପଟିଆରୁ ଆସିଥିବା ପୋଲିସ୍କୁ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.