ଢେଙ୍କାନାଳ/ କଟକ,୩୦/୦୮/୨୦୨୨(ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଡିଏସପି ଅଭିନବ ଡାଳୁଆ । ସେ ଢେଙ୍କାନାଳ ସଦରଥାନା ଦାୟିତ୍ବରେ ଥିଲେ । ସେ ଭଲ କାମ କରୁଥିବାରୁ ନିକଟରେ ତାଙ୍କର ଡ଼ିଏସପି ପାହ୍ୟାକୁ ପ୍ରମୋସନ୍ ହୋଇ ରାଉରକେଲାକୁ ବଦଳି କରାଯାଇଥିଲା । କୋଇଲା ଟ୍ରକ ଛାଡ଼ିବା ପାଇଁ ସେ ଜଣେ କୋଇଲା ଟ୍ରକ୍ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି । ଗତ ୨୪ ତାରିଖରେ ସେ ୩ଟି କୋଇଲା ବୋଝେଇ ଟ୍ରକରୁ ପ୍ରତି ଟ୍ରକ ପିଛା ୧୫ ହଜାର ଟଙ୍କା ନେଇଥିଲେ । ଆହୁରି ଅର୍ଥ ଦାବି କରିଥିଲେ । ସମ୍ପୃକ୍ତ ଟ୍ରକ୍ ମାଲିକ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଟ୍ରାପ୍ କରିଛି । ଆଜି ଆଉ ୨ଟି ଟ୍ରକ ପାଇଁ ୩୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ । ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଭିଜିଲାନସ ଡିଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀଙ୍କ ନେତୃତ୍ଵରେ ୧୧ ଜଣିଆ ଟିମ ସଦର ଥାନା ଓ ଅମଲାପଡ଼ା ସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଜଟଣୀ ରାମଚନ୍ଦ୍ରପୁରର ଘର, ଢେଙ୍କାନାଳର ୪ଟି ସ୍ଥାନରେ , ବାଲେଶ୍ବରର ପୈତୃକ ଘର, କେନ୍ଦୁଝର ସ୍ଥିତ ଶ୍ବଶୁର ଘରେ .କଟକ ଜିଲ୍ଲା ନରସିଂହପୁରରେ ଥିବା ଘରେ ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ୮ଟି ଟିମ୍ ସାମିଲ ହୋଇଛନ୍ତି । ଜଣେ ଅତିରିକ୍ତ ଏସପି , ୯ଜଣ ଡିଏସପି ଓ ୮ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । କୋଇଲା ବୋଝେଇ ଟ୍ରକ ପାର କରିବାକୁ ଟ୍ରକ ମାଲିକ ମାନଙ୍କୁ ଧମକାଇ ସେ ଲାଞ୍ଚ । ତାଙ୍କ ବିରୁଦ୍ଧରେ ମାଳ ମାଳ ଅଭିଯୋଗ ହୋଇଥିଲା । ଓଡ଼ିଶା ସମାଚାର