Thursday , September 29 2022
Home / କ୍ରୀଡ଼ା / ରାଜ୍ୟର ୨୯୧ ଜଣ ଖେଳାଳିଙ୍କୁ ୨.୧୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି

ରାଜ୍ୟର ୨୯୧ ଜଣ ଖେଳାଳିଙ୍କୁ ୨.୧୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି

ଭୁବନେଶ୍ୱର, ୩୦ /୦୮/୨୦୨୨(ଓଡ଼ିଶା ସମାଚାର)- ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଚମତ୍କାର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିବା ରାଜ୍ୟର ୨୯୧ ଜଣ ଖେଳାଳିଙ୍କୁ ୨,୧୨, ୮୨, ୫୦୦ ଟଙ୍କା ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ନିକଟରେ ଶେଷ ହୋଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ହକିରେ ରୌପ୍ୟ ପଦକ ବିଜେତା ଅମିତ ରୋହିଦାସଙ୍କୁ ୭୫ ଲକ୍ଷ ଓ ମହିଳା ହକିରେ କାଂସ୍ୟ ପଦକ ବିଜେତା ଦୀପଗ୍ରେସ୍ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଦାନ କରିଛନ୍ତି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଶ୍ରାବଣୀ ନନ୍ଦ, ଦୂତୀ ଚାନ୍ଦ, ଦିନେଶ କୁମାର, ଫିଡେ ଚେସ୍ ଅଲିମ୍ପିଆଡରେ ପଦ୍ମିନୀ ରାଉତଙ୍କୁ ୭.୫ ଲକ୍ଷ ଟଙ୍କା ଦିଆଯାଇଛି। ଭିନ୍ନକ୍ଷମ ଅସିଚାଳିକା ମାଳତୀ ପାନ୍ ୱାରୀଙ୍କୁ ୩ ଲକ୍ଷ, ରାଖାଲ ସେଠୀ, ଭି ରମେଶ ରାଓ, ଦୃଷ୍ଟିହୀନ ଚେସ୍ ଖେଳାଳି ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ଫୁଟବଲ ଖେଳାଳି ଟଙ୍କଧର ବାଗ୍ ଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଦିଆଯାଇଛି। ଚେସ୍ ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକାଙ୍କୁ ୧.୫ ଲକ୍ଷ ଟଙ୍କା ଦିଆଯାଇଛି।

ଆମେରିକାରେ ଆଇରନ୍ ମ୍ୟାନ୍ ଆଖ୍ୟା ପାଇଥିବା ସିଦ୍ଧାର୍ଥ ରାଉତରାୟଙ୍କୁ ୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସିଦ୍ଧାର୍ଥଙ୍କ ଅନୁପସ୍ଥିତିରେ ତାଙ୍କ ପିତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ୩ ଲକ୍ଷ ଟଙ୍କାର ଚେକ୍ ଗ୍ରହଣ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.