Saturday , June 10 2023
Breaking News
Home / ରାଜନୀତି / ଯୁବ ଛାତ୍ର ବିଜେଡି ଓ ଓଡ଼ିଶା ମୋ ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର – ୫୦୩ ୟୁନିଟ ରକ୍ତ ସଂଗ୍ରହ

ଯୁବ ଛାତ୍ର ବିଜେଡି ଓ ଓଡ଼ିଶା ମୋ ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର – ୫୦୩ ୟୁନିଟ ରକ୍ତ ସଂଗ୍ରହ

ପଟ୍ଟାମୁଣ୍ଡାଇ,୩୦/୦୮/୨୦୨୨(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ଯୁବ ଛାତ୍ର ବିଜେଡି ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ କଲେଜରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ। ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଅଶୋକ ଧଳ ଓ ଯୁବ ସଂଗଠକ ବାବନ ସାହୁଙ୍କ ସଂଯୋଜନାରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ରାଜ୍ୟ ଯୁବ ବିଜେଡି ମହାସଚିବ ଏଲିନା ଦାସ, ସାଧାରଣ ସମ୍ପାଦିକା ସୋନାଲି ପ୍ରିୟଦର୍ଶନୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ପ୍ରତାପ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବୈବ୍ରତ ବିଶ୍ୱାଳ, ନଗର ଯୁବ ବିଜେଡି ସଭାପତି ମିଟୁ ମନୋଜ ନାୟକ, ବିଜୁ ଯୁବ ବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ, ସମ୍ପାଦକ ଦିଲ୍ଲୀପ ସାହୁ, ଜିଲ୍ଲା ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ହିରଣ୍ୟ ପଣ୍ଡା ଓ ଶିବ ପ୍ରସାଦ ଭୋଳ, ରାଜ୍ୟ ଯୁବ ବିଜେଡି ସଂଗଠକ ମିଟୁ ଦାଶ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ସାଧାରଣ ସମ୍ପାଦକ କଳାକର ପ୍ରଧାନ, ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁରେଶ ସାହୁ, ବ୍ଲକ ଯୁବ ବିଜେଡି ସଭାପତି କୈଳାସ ସିଂହ ପ୍ରମୁଖ ବହୁ ବିଜେଡି ନେତା, କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇ ରକ୍ତଦାନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଯୁବନେତା ବାବନ ସାହୁ ଧନ୍ୟବାଦ ଦେଇଥିଲେ। ଏହି ମେଗା ରକ୍ତଦାନ ଶିବିରରେ ୫୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଯାହାକି ଜିଲ୍ଲାର ସର୍ବକାଳୀନ ରେକର୍ଡ । ଏହି କାର୍ଯ୍ୟକ୍ରମକୁ ଦିଗାମ୍ୱର ମିଶ୍ର, ଲୋକନାଥ ପାତ୍ର, ସ୍ମୃତିରଞ୍ଜନ ପାଢ଼ୀ, ନଟବର ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.