କଟକ,୩୦/୦୮/୨୦୨୨(ଓଡ଼ିଶା ସମାଚାର)- ପୁଣି ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ଥୋଇ ନଦୀକୁ ଡେଇଁଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଆସି ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି, ହେଲେମେଟ ଓ ଚପଲ ରଖି ମହାନଦୀକୁ ଡେଇଁଥିବା ସୂଚନା ମିଳିଛି । ନିଖୋଜ ଯୁବକ ହେଲେ ଅନୁଗୁଳ ଶିମିଳିପଡ଼ା ଗାଁର ରଘୁରଞ୍ଜନ ମହାକୁଡ଼ । ପାରିବାରିକ କଳହରୁ ଗତକାଲି ରାତି ୮ଟା ପରେ ଘରୁ ପଳାଇ ଆସିଥିଲେ । ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି, ହେଲେମେଟ ଓ ଚପଲ ରହିଥିବାବେଳେ ନଦୀକୁ ଡ଼େଇବା କେହି ଦେଖିନାହାନ୍ତି । ସ୍କୁଟି, ହେଲେମେଟ ଓ ଚପଲ ବ୍ୟାରେଜ ଉପରେ ରହିଥିବାରୁ ସେ ନଦୀକୁ ଡ଼େଇଁଥିବା ଆଶଙ୍କା କରାଯାଉଛି । ତେବେ ଗତକାଲି ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରହିଥିବା ଜଣାପଡ଼ିଛି। ବ୍ରିଜ୍ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏନେଇ ବାରଙ୍ଗ ଗୋଡିସାହି ଫାଣ୍ଡି ପୋଲିସ ଓ ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନି । ଓଡ଼ିଶା ସମାଚାର