Wednesday , May 31 2023
Breaking News
Home / ବିଶେଷ / ନୂଆଁଖାଇ ପାଇଁ  ସମ୍ବଲପୁର ଓ ବରଗଡ଼ରେ ୨ ଦିନ ଛୁଟି

ନୂଆଁଖାଇ ପାଇଁ  ସମ୍ବଲପୁର ଓ ବରଗଡ଼ରେ ୨ ଦିନ ଛୁଟି

ଭୁବନେଶ୍ୱର,୩୦/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଗୁରୁବାର ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ହେବ।  ଏହି ଅବସରରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ୨ ଦିନ ଛୁଟି ରହିବ। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନ ବିଭାଗର ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଉତ୍ତରାଞ୍ଚଳ ରାଜସ୍ବ କମିସନର (ସମ୍ବଲପୁର)ଙ୍କୁ ଏନେଇ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ରାଜ୍ୟ ସରକାର ନୂଆଁଖାଇ ଅବସରରେ ସେପ୍ଟେମ୍ବର ୧ ତାରିଖ (ଗୁରୁବାର)କୁ ଛୁଟି ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଁଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.