ଘଟଗାଁ/କଟକ,୩୦/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛି । ଏରିୟର ଟଙ୍କା କରାଇ ଦେବାକୁ ଶିକ୍ଷକଙ୍କଠାରୁ ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
ସୂଚନାଯୋଗ୍ୟ ଯେ, ଘଟଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ୨୦୧୫ ବ୍ୟାଚ୍ର ୩୩ ଜଣ ଶିକ୍ଷକଙ୍କ ଏରିୟର ପେ’ କ୍ଲିୟର ପାଇଁ ୯୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ । କିନ୍ତୁ ୬୦ ହଜାର ଟଙ୍କା ରେ କଥା ଛିଣ୍ଡି ଥିଲା । ଆଜି (ମଙ୍ଗଳବାର) କମଳାକାନ୍ତ ବେହେରାଙ୍କ ହାତରୁ ଅଗ୍ରିମ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଘଟଗାଁ ବିଇଓ କାର୍ୟ୍ୟାଳୟ, ବିଇଓଙ୍କ ବାସଭବନ ଯାଜପୁର ଟାଉନ୍ ଏବଂ ପୈତୃକ ଗ୍ରାମ ବିଂଝାରପୁରରେ ଚଢାଉ ଜାରି ରହିଛି । ବାଲେଶ୍ବର ଏସ୍.ପି.ଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡି.ଏସ୍.ପି. ଏସ୍.କେ. ସାମନ୍ତରାୟଙ୍କ ନେତୃତ୍ବରେ ୩ ଜଣ ଇନ୍ସପେକ୍ଟର ମିଳିତ ଚଢାଉ କରିଥିଲେ । ଓଡ଼ିଶା ସମାଚାର