Sunday , May 28 2023
Breaking News
Home / କୃଷି / ଖାନ ନଗର ମାଇନରର ନଡ଼ିଆବରାଇ ଠାରେ ଥିବା ଇନଟେକ୍ ୱେଲ ପୁନନିର୍ମାଣ କରିବାକୁ ଦାବି 

ଖାନ ନଗର ମାଇନରର ନଡ଼ିଆବରାଇ ଠାରେ ଥିବା ଇନଟେକ୍ ୱେଲ ପୁନନିର୍ମାଣ କରିବାକୁ ଦାବି 

ଗରଦପୁର, ୩୦/୦୮/୨୦୨୨(ଓଡ଼ିଶା ସମାଚାର)- ଲୁଣା ଚିତ୍ରୋତ୍ପଳା ଦ୍ୱିପାଂଚଳ ମଧ୍ୟରେ ଅର୍ତାମୂଳ ଠାରୁ ନଡ଼ିଆବରାଇ ପର୍ଯ୍ୟନ୍ତ ଦୀର୍ଘ ୩୦ କିମି ବ୍ୟାପି ଏକ ପାଟ ଜୋର ଯାହାକି ଖାନନଗର ମାଇନର ଭାବରେ ରହିଛି । ଏହି ଖାନନଗର ମାଇନର ର ନଡ଼ିଆବରାଇ ଗ୍ରାମ ନିକଟରେ ଏକ ଇନଟେକ୍ ୱେଲ ୧୯୮୨ ମସିହା ରେ ନିର୍ମାଣ କରାଯାଇଥିଲା । ଜଗତପୁରସ୍ଥିତ ନର୍ଥ ଡ଼ିଭିଜନ୍ ଜଳସମ୍ପଦ ବିଭାଗ ତରଫରୁ ଏକ ଆଡ଼ି ବନ୍ଧ ସହ ଏହି ଇନଟେକ୍ ୱେଲ ନିର୍ମାଣ କରାଯାଇଥିଲା । ବର୍ଷା ଋତୁରେ ଚାଷ କାର୍ଯ୍ୟ ସୁଗମ କରିବା ପାଇଁ ଖାନନଗର ମାଇନର ରେ ଆବଶ୍ୟକ ଜଳ ସଂରକ୍ଷଣ କରିବା ସହିତ ଉଦବୃତ ବର୍ଷା ଓ ବନ୍ୟା ଜଳକୁ ଏହି ଇନଟେକ୍ ୱେଲ ମାଧ୍ୟମରେ ନିୟନ୍ତ୍ରଣ କରାଯାଇ ବାଘୁଣି ପାଟନଦୀକୁ ନିସ୍କାସନ କରାଯାଉଥିଲା । ଏହି ଇନଟେକ୍ ୱେଲ ଦୀର୍ଘ ବର୍ଷ ର ପୁରୁଣା ହୋଇ ଭାଙ୍ଗିରୁଜି ଗଲାଣି । ଏହାର କବାଟ , ଚାବି  କଳଙ୍କି ଖାଇ ଅକାମି ହୋଇ ଗଲାଣି । ଫଳରେ ଖାନନଗର ମାଇନର ରୁ ବର୍ଷା ଜଳ ଆଉ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ହେଉନାହିଁ । ଯାହା ବର୍ଷା ଜଳ ହେଲା , ତାହା ବାଘୁଣିକୁ ଚାଲିଯାଉଛି । ଫଳରେ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଓ ବିଭାଗିୟ ଅଧିକାରୀମାନେ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ଇନଟେକ୍ ୱେଲ ର ମରାମତି ବା ପୁନନିର୍ମାଣ କରିବା ପାଇଁ ନଡ଼ିଆବରାଇ ଗ୍ରାମର ଅଗ୍ରଣୀ ଚାଷୀ ସର୍ବଶ୍ରୀ ଅଶ୍ୱିନୀ କୁମାର ପରିଜା, ଶରତଚନ୍ଦ୍ର ଜେନା, ପ୍ରବୀର ପରିଜା, ଭୁବନ ମଲିକ, ନୀହାର ପରିଜା, ଦେବେନ୍ଦ୍ର ପରିଜା, ଭୁବନ ମୋହନ ଜେନା , କୈଳାଶ ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.