Wednesday , May 31 2023
Breaking News
Home / ଶିକ୍ଷା / କାଳିଆଘାଇ ନଟବର ହାଇସ୍କୁଲରେ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା  

କାଳିଆଘାଇ ନଟବର ହାଇସ୍କୁଲରେ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା  

 ଗରଦପୁର, ୩୦/୦୮/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମ୍ମୁଦା ଗ୍ରାମରେ ଥିବା ‘ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ଆଜି କାଳିଆଘାଇ ନଟବର ହାଇସ୍କୁଲର ଚଳିତ ମାଟ୍ରିକ ପରିକ୍ଷାରେ ଏ-୧ ଶ୍ରେଣୀରେ ଉତିର୍ଣ୍ଣ ହୋଇଥିବା ତିନିଜଣ ମଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିିତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଦ୍ୟାଳୟ ପରିଚାଳନା କମିଟର ସଭାପତି ଅନାଦୀ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବରେ ଗରଦପୁର ବ୍ଲକ୍ ର ବିଡିଓ ରଞ୍ଜିତ୍ କୁମାର ମଲିକ,ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ,ପଦ୍ମପୁର ପଂଚାୟତର ସରପଂଚ ଅନସୂୟା ବେହେରା,ଅବସରପ୍ରାପ୍ତ ବିଆରସିସି ନବୀନ ଚନ୍ଦ୍ର  ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢି ଭଲ ମଣିଷ ହେବା ସହିତ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ପାଠ ପଢି ସାରିବା ପରେ  ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁନା କାହିଁକି ସଫଳ ଭାବରେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୂର୍ଗା ଚରଣ ପାଲ ଗତ ମାଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀ  ଏ -୧ରେ ଶ୍ରେଣୀରେ ଉତିର୍ଣ୍ଣ ହୋଇଥିବାବେଳେ, ମାଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟର ଶତପ୍ରତିଶତ ପାସ୍ ହାର ରହିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ବିଦ୍ୟଳୟରୁ ଏ-୧ ପାଇଥିବା ଛାତ୍ର/ଛାତ୍ରୀ ସ୍ୱାତୀ ସୁଚିସ୍ମିତା ବେହେରା, ସୁଶିଲ କୁମାର ରାଉତ ଓ ମୋନାଲିସା ସାହୁଙ୍କୁ ହେମଲତା-ନଟବର ପାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପୁଷ୍ପଗୁଛ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଆର୍ଥିକ ଦୁର୍ବଳ ଅବସ୍ଥାରେ ରହିଥିବା ଜଣେ ଛାତ୍ରଙ୍କୁ ଟ୍ରଷ୍ଟପକ୍ଷରୁ ପୋଷ୍ୟ ଛାତ୍ର ଭାବରେ ଗ୍ରହଣ କରାଯାଇ ତାଙ୍କର ଯୁକ୍ତ ଦୁଇ ଶ୍ରେଣୀର ସମସ୍ତ ପାଠ ପଢିବା ଖର୍ଚ୍ଚ ଟ୍ରଷ୍ଟ ପକ୍ଷରୁ ବହନ କରାଯିବା ସମ୍ପର୍କରେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଘୋଷଣା କରିଥିଲେ । ଟ୍ରଷ୍ଟ ପକ୍ଷରୁ ସେବା କାର୍ଯ୍ୟକ୍ରମ ଆଗକୁ ଆହୁରି ଜାରି ରହିବ ବୋଲି ଟ୍ରଷ୍ଟର ସମ୍ପାଦିକା ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ନିର୍ମାଇଁ ଚରଣ ବେହେରା,କିର୍ତୀ ରଞ୍ଜନ ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ସାହୁ,ରଞ୍ଜନ କୁମାର ବେହେରା,ଉର୍ମିଳା କୁମାରୀ ମିଶ୍ର,ଶୋଭାରାଣୀ ସାମନ୍ତରାୟ ଓ ରଞ୍ଜିତ କୁମାର ପ୍ରଧାନ ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀ,କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.