Wednesday , May 31 2023
Breaking News
Home / ବିଶେଷ / କାଲି ଗଣେଶ ପୂଜା ଆଜି ପୁଣି ନୂଆ କଟକଣା ଲଗାଇଲା କମିଶନରେଟ ପୋଲିସ

କାଲି ଗଣେଶ ପୂଜା ଆଜି ପୁଣି ନୂଆ କଟକଣା ଲଗାଇଲା କମିଶନରେଟ ପୋଲିସ

କଟକ ସଦର,୩୦/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଵିକୃତ ଗଣେଶ ମୂର୍ତ୍ତି ଓ ପୂଜାକୁ ନେଇ କମିଶନରେଟ କଟକ ପୋଲିସର କଟକଣାକୁ ଉଚ୍ଚ ନ୍ୟାୟାଳୟ ଗତ କାଲି ସୋମବାର କାଏମ ରଖିଵା ଘଟଣା ମନରୁ ଲିଭି ନଥିବାବେଳେ ବେଳେ ପୂଜାର ୧୨ ଘଣ୍ଟା ପୂର୍ବରୁ ପୁଣି ଏକ ନୂଆ କଟକଣା ଆୟୋଜକ ଓ ଶିଳ୍ପୀମାନଙ୍କୁ ନିରାଶ କରିଛି। ପୂର୍ବରୁ ବିନା କଟକଣାରେ କାର୍ଟୁନ୍ ମୂର୍ତ୍ତି ପୂଜା ପାଉଥିବା ବେଳେ ଚଳିତ ବର୍ଷ ଶେଷ ସମୟରେ ଏହାକୁ ପୋଲିସ ବାରଣ କରିଛି। ଯେଉଁଥିପାଇଁ ନିର୍ମାଣ କରାଯାଇଥିବା ମୂର୍ତ୍ତି ପାଇଁ କାରିଗର ମାନେ ଅନେକ କ୍ଷତି ସହିଥିବା ଵେଳେ ଵରାଦ କରିଥିଵା ଆୟୋଜ ମାନେ ମଧ୍ୟ କିପରି ଶେଷ ମୂହୁର୍ତ୍ତରେ ମୂର୍ତ୍ତି ଆଣି ପୂଜା କରିଵେ ସେଥିପାଇଁ ଚିନ୍ତାରେ ଅଛନ୍ତି। ସେଥିରେ ଆଜି (ମଙ୍ଗଳବାର) ପୁଣି ନୂଆ କଟକଣା ଲଗାଇଛି ପୋଲିସ୍। ମୂର୍ତ୍ତିର ଉଚ୍ଚତା ୨୦ ଫୁଟରୁ ଅଧିକ ହେଲେ ଲାଗିଵ ଜୋରିମାନା। ଯେଉଁ ମଣ୍ଡପରେ ଏହି ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା ପାଇବାକୁ ଯାଉଛନ୍ତି ସେଠାରେ ଆଉ କିଛି ଉପାୟ ନପାଇ ପୂଜା ଖର୍ଚ୍ଚକୁ କାଣ୍ଟଛାଣ୍ଟ କରି ଜୋରିମାନା ଭରିଵାକୁ ଆୟୋଜକ ମାନେ ମନ ସ୍ଥିର କରିଥିବା ଶୁଣିବାକୁ ମିଳୁଛି। ଯାହା କଟକଣା ସେସଵୁ ପୂଜାର ଯଥେଷ୍ଟ ପୂର୍ବରୁ ଲଗାଯିବା ଉଚିତ୍ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.