Sunday , May 28 2023
Breaking News
Home / ବିଶେଷ / ଏଚ ପି ଗ୍ୟାସ ସଚେତନତା କାର୍ୟ୍ୟକ୍ରମ ରେ ଗ୍ରାହକ ଙ୍କ ଅସନ୍ତୋଷ

ଏଚ ପି ଗ୍ୟାସ ସଚେତନତା କାର୍ୟ୍ୟକ୍ରମ ରେ ଗ୍ରାହକ ଙ୍କ ଅସନ୍ତୋଷ

ନିଶ୍ଚିନ୍ତକୋଇଲି , ୩୦/୦୮/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ପୁର ପଞ୍ଚାୟତ ର ଶନି ମନ୍ଦିର ପ୍ରାଙ୍ଗଣରେ ଏଚ ପି ଗ୍ୟାସ ଏଜେନସି ପକ୍ଷରୁ  ଗ୍ରାହକ ସଚେତନତା କାର୍ୟ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ କେବଳ ପ୍ରାୟୋଜିତ ହୋଇଥିବା ବେଳେ, ସଠିକ ଭାବେ ଗ୍ୟାସ ଗ୍ରାହକ ମାନଙ୍କୁ ଜଣାଯାଇ ନଥିବା ଅଭିଯୋଗ ହୋଇଛି । ଗ୍ୟାସ ଦର ବଢ଼ି ବଢ଼ି ଚାଲିଥିବା ବେଳେ ଗ୍ୟାସ ସଲିଣ୍ଡର ନିମ୍ନ ମାନର ପୁରୁଣା ଘଷରା ଦିଆଯାଉ ଥିବା ବେଳେ ଓଜନ ରେ କମ ରହୁଥିବା ଅଭିଯୋଗ ହେଉଛି । ବେଳେ ବେଳେ ଗ୍ୟାସ ସିଲିଣ୍ଡର ରେ ପାଣି ରହୁଥିବା ମଧ୍ୟ ଅଭିଯୋଗ ହେଉଛି । ଏଥିନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ୟାସ ଦର ବଢ଼ି ଚାଲିଥିଲା ବେଳେ ଏଭଳି କାର୍ୟ୍ୟକ୍ରମ ଲୋକଙ୍କୁ ଭୁଆଁ ବୁଲାଇବା ସଦୃଶ ବୋଲି ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.