Sunday , May 28 2023
Breaking News
Home / ବିଶେଷ / ବାଲିକୁଦା ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ବାଲିକୁଦା ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ମୋଟ ୨୧୬ ଟି ଅଭିଯୋଗ ପଂଜିକୃତ

ଜଗତସିଂହପୁର,୨୯/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି (ସୋମବାର) ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓରୀ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ କରିଥିଲେ । ଆଜି ମୋଟ ୨୧୬ ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୨୦୧ ଗୋଟି ଅଭିଯୋଗ, ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ/ଗ୍ରାମ୍ୟ ସମସ୍ୟା ୧୫ଟି । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ନିମନ୍ତେ ୧୪୬ଟି, ରେସନ୍କାର୍ଡ ୧୮ଟି,କାଳିଆ ଯୋଜନା ସଂପର୍କୀୟ୦୧ ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୦୧ଟି,ରେଡ୍କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୦୧ଟି,ଭତା ସଂପର୍କୀୟ ୧୨ଟି,ପୋଲିସ ସହାୟତା ନିମନ୍ତେ ୦୧ଟି ଏବଂ ଅନ୍ୟାନ୍ୟ ୨୧ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ରୁଦ୍ର ନାରାୟଣ ଦାଶ,ଉପଖଣ ଆରକ୍ଷୀ ଅଧିକ୍ଷକ,ଶ୍ରୀ ରମେଶ ଚନ୍ଦ୍ର ସିଂହ,ବାଲିକୁଦା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ,ବାଲିକୁଦା ବି.ଡି.ଓ, ଶ୍ରୀ ଜିତେନ୍ଦ୍ର କୁମାର ନାୟକ,ତହସିଲଦାର ଶ୍ରୀ ଅଂଶୁମାନ ଶତପଥି, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.