Sunday , October 1 2023
Home / ଶିକ୍ଷା / ଛାତ୍ରକୁ ମାଡ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ    

ଛାତ୍ରକୁ ମାଡ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ    

ରଘୁନାଥପୁର, ୨୮/୦୮/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ବିଦ୍ୟାଧର ପଂଚାୟତ ଅଧିନ ଗୋରେଖନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ଅଂଶୁମାନ ମଲ୍ଲିକଙ୍କୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରୋଜିନୀ ମହାନ୍ତି ମାଡମାରିଥିବା ଅଭିଯୋଗରେ ଅଂଶୁମାନ ମଲ୍ଲିକଙ୍କ ପିତା ଅଶୋକ ମଲ୍ଲିକ ତିର୍ତୋଲ ଥାନା ଓ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି  । ଘଟଣାରୁ ପ୍ରକାଶ ଯେ ଗତ ୨୬ତାରିଖ ଦିନ ଅଂଶୁମାନ ମଲ୍ଲିକଙ୍କୁ କାରଣ ନଥାଇ ଅଫିସ୍ ଗୃହକୁ ଡାକି ଏକ ଶକ୍ତ ବେତରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରୋଜିନୀ ମହାନ୍ତି ମାଡ ମାରିଥିଲେ । ଶିକ୍ଷକଙ୍କ ଠାରୁ  ମାଡ ଖାଇଲା ପରେ ଅଂଶୁମାନ ଅସୁସ୍ଥ ହୋଇ ଥିବାରୁ ସ୍କୁଲକୁ ପାଠ ପଢ଼ିବା ପାଇଁ ଯାଇପାରିନଥିଲେ  । ଘଟଣା ସମ୍ପର୍କରେ ସଂପୃକ୍ତ ଶିକ୍ଷୟିତ୍ରୀ ସରୋଜିନୀ ମହାନ୍ତିଙ୍କୁ ପଚାରିବାରେ ସେ ଘଟଣାକୁ ଏଡାଇ ଯିବା ସହ ମୁଁ ଏକ ଶୁଦ୍ଧ କ୍ରିୟା କର୍ମରେ ବ୍ୟସ୍ତ ଅଛି ବୋଲି କହିଥିଲେ  । ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ହୃଷିକେଶ ଯୋଗାଣିଆଙ୍କୁ ପଚାରିବାରୁ ସେ ଛୁଟିରେ ଅଛି ,କିଛି କହିପାରିବି ନାହିଁ ବୋଲି କହିଥିଲେ । ତେବେ ଘଟଣା ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀ ବିଜୟ କୁମାର ସ୍ୱାଇଁଙ୍କୁ ପଚାରିବାରୁ , ଘଟଣା ସତ୍ୟ ଏ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି  । ଅଭିଯୋଗ ପାଇ ତିର୍ତୋଲ ପୋଲିସ୍ ବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *