ନିଶ୍ଚିନ୍ତକୋଇଲି , ୨୭/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ର ଜନାର୍ଦ୍ଦନ ପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶନିବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ଶିକ୍ଷାବିତ ତଥା ପ୍ରାକ୍ତନ ଶିକ୍ଷାଧିକାରୀ ପ୍ରଭାତ କୁମାର ନାୟକ ଯୋଗଦାନ କରି, ଛାତ୍ର ଛାତ୍ରୀ ମାନେ ବାଲ୍ୟ କାଳରୁ ପାଠ ପଢ଼ାରେ ଧ୍ୟାନ ଦେଲେ ଜଣେ ଜଣେ ଉତ୍ତମ ନାଗରିକ ହୋଇପାରିବେ । ଏଥିପାଇଁ ସରକାର ପିଲାମାନଙ୍କୁ ପୋଷାକ, ମଧ୍ୟାହ୍ନ ଭୋଜନ ଓ ମାଗଣା ପୁସ୍ତକ ଯୋଗାଉଛନ୍ତି । ସମ୍ମାନିତ ଅତିଥିଭାବେ ଶିକ୍ଷକ ନୃସିଂହ ଚରଣ ମହାପାତ୍ର ଯୋଗଦେଇ, ପାଠପଢା ସହ ଶୃଙ୍ଖଳା, ଗୁରୁ ଭକ୍ତି ଓ କର୍ତବ୍ୟ ନିଷ୍ଠା ବଳରେ ବଡ ଦିନକୁ ଜଣେ ଜଣେ ଉତ୍ତମ ନାଗରିକ ହୋଇପାରିବେ ବୋଲି କହିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୃଷ୍ଟି ଧର କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ, ଶିକ୍ଷା କମିଟି ସଭାପତି ଟୁବୁଲି ଚରଣ ନାୟକଯୋଗ ଦେଇ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ସାଗରୀକା ମିଶ୍ର, ନୟନା ରାଉତ, ମନୋରମା ମହାପାତ୍ର ପ୍ରମୁଖ କାର୍ୟ୍ୟକ୍ରମ ରେ ସହାୟତା କରିଥିଲେ । ଏଥିରେ ୧୦୩ ଜଣ ପିଲାଙ୍କୁ ପୋଷାକ ବିତରଣ କରାଯାଇଥିଲା । ଉତ୍ସବ ରେ ଅଭିଭାବକ ଓ ଶିକ୍ଷା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର