କେନ୍ଦ୍ରାପଡ଼ା, ୨୬/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯକ୍ତ୨ ପ୍ରଥମ ବର୍ଷ ଏବଂ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ୩ ପ୍ରଥମ ବର୍ଷ ଆଡମିଶନ ଫି’ବୃଦ୍ଧିକୁ ନେଇ ଗତ କିଛି ଦିନ ଧରି ବିଭିନ୍ନ ଛାତ୍ର ସଂଗଠନ ସମେତ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିରୋଧ ହୋଇଆସୁଥିଲା । ଏହି ଆଡମିଶନ ଫି’ ମାତ୍ରାଧିକ ବୃଦ୍ଧି ହୋଇଥିବା ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ସମେତ କଲେଜର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣା ଶେଷରେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଘଟଣାରେ ହସ୍ତକ୍ଷେପ କରି କଲେଜ କର୍ତୃପକ୍ଷଙ୍କୁ ଆଡମିସନ ଫି’ କମାଇବାକୁ ନିର୍ଦେଶ ଦେଇଥିଲେ । ଫଳରେ କେନ୍ଦ୍ରାପଡା କଲେଜ ପକ୍ଷରୁ ଯୁକ୍ତ୨ ଓ ଯୁକ୍ତ ୩ ପ୍ରଥମ ବର୍ଷ ଆଡମିଶନ ଫି’ରେ ୧୫ପ୍ରତିଶତ ହ୍ରାସ କରାଯାଇଥିବା କଲେଜ ପକ୍ଷରୁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ଏହି ଆଡମିଶନ ଫି’ ହ୍ରାସ ପାଇବା ଘଟଣାକୁ ସମସ୍ତ ଛାତ୍ର ସଂଗଠନ ଗୁଡିକ ସମେତ ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲର ଆବାହକ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର, ପୁରାତନ ଛାତ୍ର ରାଜେଶ ପଣ୍ଡା, ପରମାନନ୍ଦ ମହାରଣା, ବିଶ୍ୱଜିତ ଦାସ ପ୍ରମୁଖ ସ୍ୱାଗତ କରିଥିବା କହିଛନ୍ତି । କଲେଜ ଆଡମିଶନ ଫି’ ହ୍ରାସ ଦ୍ୱାରା ଗରିବ ଛାତ୍ରାଭିଭାବକମାନେ ଏହାର ସୁଫଳ ପାଇପାରିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର