କଟକ ସଦର ,୨୪ /୦୮/୨୦୨୨(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତର ସରକାରୀ ପାରାଵିଲ୍ ପ୍ରାଥମିକ ବିଦ୍ୟାଳୟରେ ଆଜି (ବୁଧବାର) ପୋଷାକ ଵିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପାରାଵିଲ ଗ୍ରାମ କମିଟି(ସରକାରୀ ପଞ୍ଜିକୃତ) ସଭାପତି ଧରଣୀଧର ବେହେରା, ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ଵାଡି ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ପିଲାଙ୍କୁ ଦୁଇ ହଳ ପୋଷାକ,ଦୁଇ ହଳ ମୋଜା ଓ ହଳେ ଲେଖାଏଁ ଜୋତା ଵଣ୍ଟନ କରିବା ସହିତ ବକ୍ତବ୍ୟ ରଖିଥିଲେ। ପରିଚାଳନାରେ ସହକାରୀ ଶିକ୍ଷୟତ୍ରୀ ଆରଫା ନାଜମିନ୍, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଭୟ କୁମାର ଵାଡିଙ୍କ ସହିତ ସମସ୍ତ ସଦସ୍ୟ/ ସଦସ୍ୟା ସହାୟତା କରିଥିଲେ। ଓଡ଼ିଶା ସମାଚାର