Sunday , September 24 2023
Breaking News
Home / ଶିକ୍ଷା / ଭୁବନ  ମହିଳା  ମହାବିଦ୍ୟାଳୟରେ   ବିଶ୍ୱ  ଉଦ୍ୟୋଗୀ  ଦିବସ  ପାଳିତ

ଭୁବନ  ମହିଳା  ମହାବିଦ୍ୟାଳୟରେ   ବିଶ୍ୱ  ଉଦ୍ୟୋଗୀ  ଦିବସ  ପାଳିତ

ଭୁବନ,୨୪/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ  ମହିଳା  ଡିଗ୍ରୀ  ମହାବିଦ୍ୟାଳୟରେ  ସ୍ୱାବଲମ୍ବୀ  ଭାରତ  ଅଭିଯାନ  ଆନୁକୂଲ୍ୟରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳିତ ହୋଇଯଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ନଗରପାଳ  ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ  ଭାବେ ଉଦଘାଟନ କରି କହିଥିଲେ ଯେ , ଆଜିର ଯୁବପିଢୀ  କେବଳ ଚାକିରି ପଛରେ ନଗୋଡାଇ  ନିଜେ  ସ୍ୱାବଲମ୍ବୀ ହେବା ସହ ନିଯୁକ୍ତି  ସୃଷ୍ଟି  କରିବା ଉଚିତ  ବୋଲି ମତବ୍ୟକ୍ତ କରିବା ସହ ନିଜର  ଉଦ୍ୟୋଗର ସଫଳ କାହାଣୀ  ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସ୍ୱାବଲମ୍ବନ  ଭାରତ ଅଭିଯାନ ଢେଙ୍କାନାଳ  ବିଭାଗ  ପ୍ରମୁଖ ଚିନ୍ମୟ  ପ୍ରସାଦ  ରଥ ଭାରତୀୟ  ଉଦ୍ୟୋଗ ସମ୍ବନ୍ଧରେ  ଆଲୋକପାତ  କରି ଉଦ୍ୟୋଗ ଦ୍ୱାରା ବେକାରୀ ସମସ୍ୟା ସମାଧାନ ହେବା ସହ  ଅର୍ଥନୀତି ସୁଦୃଢ  ହୋଇପାରିବ ବୋଲି କହିଥିଲେ । ଆଇ  କ୍ୟୁ  ଏ ସି  ସଂଯୋଜିକା  ଡକ୍ଟର  ନମିତା ଦାଶ ନୂତନ ଚିନ୍ତନ ହିଁ ଉଦ୍ୟୋଗ ବିକାଶରେ ସହାୟକ ହେବ ବୋଲି ମତ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରୀଜଗନ୍ନାଥ ଫର୍ଣ୍ଣିଚର ସତ୍ୱାଧିକାରୀ ରବି ନାରାୟଣ ସାହୁ ଯୋଗଦେଇ ନିଜ ଉଦ୍ୟୋଗ ସଂପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନିରଂଜନ ନାୟକ ଓ ସ୍ୱାବଲମ୍ବନ  ଭାରତ ଅଭିଯାନ ସଦସ୍ୟ  ନିରଂଜନ  ଗୁରୁ  ପରିଚାଳନା  କରିଥିଲେ । ଅଧ୍ୟାପକ ପ୍ରଶାନ୍ତ  ରାଉତରାୟ  ଧନ୍ୟବାଦ  ଅର୍ପଣ  କରିଥିଲେ । ଶେଷରେ ୪ ଜଣ ସଫଳ ଉଦ୍ୟୋଗୀଙ୍କୁ  ସମ୍ବର୍ଦ୍ଧିତ  କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *