ମହାକାଳପଡ଼ା,୨୩/୦୮/୨୦୨୨(ଓଡ଼ିଶା ସମାଚାର)- ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥାଇ ମଧ୍ୟ ଚଞ୍ଚକତା କରାଯାଇ ଗୟାସପୁର ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣକୁ ବିରୋଧ କରି ଗ୍ରାମବାସୀ ସୋମବାର ପୁନଃ ଧାରଣା ଦେଇଛନ୍ତି। ରାଜଗଡ଼ ପଞ୍ଚାୟତର ଗୟାସପୁର ପ୍ରାଥମିକ ବିଦ୍ୟାଳୟରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ କମ୍ ପିଲାଙ୍କ ଉପସ୍ଥିତି ଦର୍ଶାଇ ନିକଟସ୍ଥ ଗୋବିନ୍ଦପୁର ଉପ୍ରା ବିଦ୍ୟାଳୟରେ ମିଶ୍ରଣ କରିଛନ୍ତି। ଏହାକୁ ବିରୋଧ କରି ଗୟାସପୁର ଗ୍ରାମର ଛାତ୍ରଛାତ୍ରୀ ଓ ଅଭିଭାବକ ଗତ ମାସରେ ବିଦ୍ୟାଳୟରେ ଧାରଣାରେ ବସିଥିଲେ। ଏହାର ପୁନର୍ବିଚାର କରିବାକୁ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏକ ମାସ ବିତିଯାଇଥିଲେ ବି ଶିକ୍ଷାଧିକାରୀ କୌଣସି ପଦକ୍ଷେପ ନେଇ ନ ଥିବାରୁ ସୋମବାର ପୁଣି ଧାରଣା ଦିଆଯାଇଥିବା ଜଣାଯାଇଛି। ଓଡ଼ିଶା ସମାଚାର