Thursday , September 29 2022
Home / ବ୍ୟବସାୟ ବାଣିଜ୍ୟ / ଗେଲ୍ ଇଣ୍ଡିଆ ର ୪୨୦ : ଫସିଗଲେ ୬୦ ଟି ଠିକା ସଂସ୍ଥା!

ଗେଲ୍ ଇଣ୍ଡିଆ ର ୪୨୦ : ଫସିଗଲେ ୬୦ ଟି ଠିକା ସଂସ୍ଥା!

ବକେୟା ପ୍ରାପ୍ୟ ପାଇଁ ଗେଟରେ ତାଲା ପକାଇଲେ ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ
ଭୁବନ ୨୩/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ ଥିବା ଗେଲ୍ ଇଣ୍ଡିଆ ଲିମିଟେଡ ର ସବଷ୍ଟେସନ ସମ୍ମୁଖରେ ୬୦ ଟି ଠିକା ସଂସ୍ଥାର ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ ବକେୟା ପ୍ରାପ୍ୟ ପାଇଁଏକତ୍ରିତ ହୋଇ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ଗେଲ୍ ଇଣ୍ଡିଆ କମ୍ପାନୀ ଶ୍ରମିକ ଓ କର୍ମଚାରୀ ମାନଙ୍କର କୋଟି କୋଟି ଟଙ୍କା ହଡପ କରିଛି ବୋଲି ଅଭିଯୋଗ ହୋଇଛି । ପାରାଦୀପ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ କାର୍ଯ୍ୟ ଗେଲ୍ ଇଣ୍ଡିଆ କମ୍ପାନୀ କରୁଛି । ଯାଜପୁର ଠାରୁ ତୁମୁସିଂହା ପର୍ଯ୍ୟନ୍ତ କାର୍ଯ୍ୟ ପୁଞ୍ଜ ଲଏଡ ଲିମିଟେଡ (ପିପିଏଲ) ଗେଲ୍ ଇଣ୍ଡିଆ ଠାରୁ ୧୦୪ କୋଟି ଟଙ୍କାରେ ଠିକା ନେଇଥିଲା । ୨୦୧୭-୧୮ ମସିହାରୁ ପିପିଏଲ କମ୍ପାନୀ ୨୦୫ ଟି ଛୋଟ ଠିକା ସଂସ୍ଥା କୁ କାର୍ଯ୍ୟରେ ନିୟୋଜିତ କରିଥିଲା । ଏହି ଠିକା ସଂସ୍ଥା ଅଧିନରେ ଓଡିଶା ଓ ବାହାର ରାଜ୍ୟ ରୁ ହଜାର ହଜାର ଶ୍ରମିକ ଓ କର୍ମଚାରୀ କାର୍ଯ୍ୟ କରୁଥିଲେ । ଚଳିତ ବର୍ଷ ଯମୁନାକୋଟ ଗାଁ ସ୍ଥିତ ରାମିଆଳ ନଦୀର ଭୂତଳ ପାଇପ ଲାଇନ କାର୍ଯ୍ୟକୁ ଗତ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ କରିବା ପରେ ଗେଲ୍ ଇଣ୍ଡିଆ କମ୍ପାନୀ ଆଶ୍ଚର୍ଯ୍ୟ ଜନକ ଭାବେ ପିପିଏଲ କମ୍ପାନୀ କୁ କାର୍ଯ୍ୟରୁ ବାଦ୍ ଦେଇଥିଲା । ଫଳରେ ୨୦୫ ଟି ଛୋଟ ଠିକା ସଂସ୍ଥାର କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ହଜାର ହଜାର ଶ୍ରମିକ ଙ୍କର କୋଟି କୋଟି ଟଙ୍କା ଫସି ରହିଥିଲା । ଏହାକୁ ନେଇ ଶ୍ରମିକ ମାନେ ଗତ ମଇଁ ମାସରେ ଯାଜପୁର ଠାରେ ଗେଲ୍ ଇଣ୍ଡିଆକୁ ବିରୋଧ କରି କାର୍ଯ୍ୟ ବନ୍ଦ କରି ଦେଇଥିଲେ । ଫଳରେ ସମସ୍ତ ଠିକା ସଂସ୍ଥାକୁ ତାଙ୍କର ପ୍ରାପ୍ୟ ପ୍ରଦାନ ପାଇଁ କମ୍ପାନୀ ତରଫରୁ ଲିଖିତ ପ୍ରତିଶୃତି ଦିଆଯଇଥିଲା । ପ୍ରତିଶୃତି ଅନୁଯାୟୀ ଲିମ୍ରା ଏଣ୍ଟରପ୍ରାଇଜେସ , କୁମାର ସିଂ ଏଣ୍ଡ ଆସୋସିଏଟ , ସୋରଦିଆନ ଏଣ୍ଟରପ୍ରାଇଜେସ , ଅଜିତ କୁମାର ମିଶ୍ର , ମନୋଜ କୁମାର ପଣ୍ଡା , ବିଦ୍ୟାଧର ସାହୁ ପ୍ରମୁଖ ୬୦ ଟି ସଂସ୍ଥା ର କୋଟି କୋଟି ଟଙ୍କା ବକେୟା ରହିଛି । ଗେଲ୍ ଇଣ୍ଡିଆ ଏହି ଠିକା ସଂସ୍ଥାକୁ ପ୍ରାପ୍ୟ ପ୍ରଦାନ ନକରି ଠକିବା ସହ ଅଭିଯୋଗକୁ ଭୃକ୍ଷେପ କରିନଥିଲା । ଏଥିଯୋଗୁଁ ଠିକା ସଂସ୍ଥାର ମାଲିକ ,ଶ୍ରମିକ ,କର୍ମଚାରୀ ମାନେ ଜିରାଳ ସ୍ଥିତ କମ୍ପାନୀ ଫଟକରେ ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି । ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖା ଦେଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.