କେନ୍ଦ୍ରାପଡ଼ା,୨୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ପକ୍ଷରୁ “ହର ଘର ପୌଦ୍ଧା” ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ଅମ୍ଲଜାନର ଅଭାବନୀୟ ପରିସ୍ଥିତି ଓ ସହରାଂଚଳରେ କଳକାରଖାନାର ବ୍ୟାପକ ଅଭିବୃଦ୍ଧି ଘଟୁଥିବାରୁ ଭବିଷ୍ୟତରେ ଅମ୍ଲଜାନର ଅଭାବକୁ ପୂରଣ କରିବା ଲକ୍ଷ୍ୟରେ ପରିବେଶକୁ କିପରି ସବୁଜ ସୁନ୍ଦର କରିହେବ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ଅବସରରେ “ହର ଘର ତ୍ରିରଙ୍ଗା” ସହ “ହର ଘର ଏକ ପୌଦ୍ଧା” ଲଗାଇବା ପାଇଁ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲା । ଏଥିରେ ଜନସାଧାରଣ ଉତ୍କଣ୍ଠାର ସହ ଘରେ ଘରେ ତ୍ରିରଙ୍ଗା ଉଡାଇବା ସହ ବିଭିନ୍ନ ବୃକ୍ଷର ଚାରା ମଧ୍ୟ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସାମାଜିକ ସଂସ୍ଥା ଗୁଡିକ ସହଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ କଟକ ସେବା ଫାଉଣ୍ଡେସନ, ପାରିଜାତମ ଫାଉଣ୍ଡେସନ, କଟକ, ଆସୁଛି ମୋ କାଳିଆ ସୁନା ଗ୍ରୁପ୍ ଅଫ ଓଡିଶା, ରାଜନଗର, କେନ୍ଦ୍ରାପଡା, କଲ୍ୟାଣୀ ଚ୍ୟାରୀ ଟେବୁଲଟ୍ରଷ୍ଟ, କଟକ, ସ୍ମାଇଲ ପ୍ଲିଜ୍ ଫାଉଣ୍ଡେସନ, କେନ୍ଦ୍ରାପଡା, ରକ୍ତଦାନ ସଂଗଠନ, କେନ୍ଦ୍ରାପଡା, ମା କଳିେଙ୍ଗଶ୍ୱରୀ ଏସ.ଏଚ.ଜି ଗ୍ରୁପ୍, ସବଳକଣା, କେନ୍ଦ୍ରାପଡା ପ୍ରମୁଖ ସଂସ୍ଥା ଗୁଡିକ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏଥିରେ ଏକ ହଜାରରୁ ଉଦ୍ଧ୍ୱର୍ ବୃକ୍ଷର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବର୍ଷ ତମାମ କରାଯିବା ସହିତ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧୩,୧୪ ଓ୧୫ ତାରିଖରେ ହର ଘର ପୌଦ୍ଧା କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ମାଇଁ ଏନ.ସି.ସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର