Thursday , September 29 2022
Home / ବ୍ୟବସାୟ ବାଣିଜ୍ୟ / ବାଲିଗୁଡା ଉପଖଣ୍ଡ ସ୍ତରୀୟ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ

ବାଲିଗୁଡା ଉପଖଣ୍ଡ ସ୍ତରୀୟ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ

ବାଲିଗୁଡା,୨୨/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ଆବାହକ ରଞ୍ଜିତ କୁମାର ମହାନ୍ତି ଙ୍କ ଆହ୍ୱାନ କ୍ରମେ ବାଲିଗୁଡା ଉପଖଣ୍ଡ ସ୍ତରୀୟ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘ ଗଠନ କରାଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ପଣ୍ଡା ଉପ ସଭାପତି ଭାବେ ଅଶ୍ଵିନୀ କୁମାର ସାହୁ, ସମ୍ପାଦକ ଭାବେ ପ୍ରମୋଦ କୁମାର ଦଣ୍ଡସେନା, ସହ ସମ୍ପାଦକ ଭାବେ ଅଭୟ ମହାରଣା, କୋଷାଧ୍ୟକ୍ଷ ଭାବେ ରଞ୍ଜିତ କୁମାର ମହାନ୍ତି, ସହ କୋଷାଧକ୍ଷ ଭାବେ ସନ୍ତୋଷ କୁମାର ପଣ୍ଡା,ଏବଂ ସଂଗଠନର ଉପଦେଷ୍ଟା ଭାବେ ରାମ ଚନ୍ଦ୍ର ପ୍ରଧାନ, ଜୟକୃଷ୍ଣ ମିଶ୍ର, ଅଙ୍ଗଦ ଦଳେଇ ଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ହରେକୃଷ୍ଣ ଦଳାଇ, ଆସ୍ତିକ ଡିଗାଲ, ରିପୁ ଚନ୍ଦ୍ର ମଲ୍ଲିକ ଗଙ୍ଗାଧର ଖଟୁଆ, ଦୁର୍ଗାଶଙ୍କର ପାତ୍ର, ରତିକାନ୍ତ ନାୟକ ଚୈତନ୍ୟ ବେହେରା ଙ୍କୁ ସର୍ବ ସମ୍ମତି କ୍ରମରେ ଚୟନ କରାଯାଇ କାର୍ଯ୍ୟଭାର ଅର୍ପଣ କରାଯାଇଛି । ଉପଖଣ୍ଡ ସ୍ତରରେ ସଂଗଠନ କୁ କିଭଳି ମଜଭୁତ କରାଯିବ ଏବଂ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘ ର ସୁବିଧା ଅସୁବିଧା ରେ ସଂଘ କିଭଳି ସଦସ୍ୟ ମାନଙ୍କ ନିକଟରେ ପହଂଚି ପାରିବ ସେନେଇ ଆଲୋଚନା ହୋଇଥିଲା । ଶେଷରେ ସଭାପତି ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ସମାଚାର

Leave a Reply

Your email address will not be published.