ବାଲେଶ୍ୱର,୨୨/୦୮/୨୦୨୨(ଓଡ଼ିଶା ସମାଚାର)- ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ମଧ୍ୟ କୁହାଯାଇଛି । ସ୍କୁଲ ଛୁଟି ରହିଲେ ବି ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ସ୍କୁଲ କୁ ଆସିବେ । ସ୍କୁଲକୁ ସଫାସୁତୁରା ରଖିବା ସହ ଆବଶ୍ୟକସ୍ଥଳରେ ବନ୍ୟା ବିପନ୍ନଙ୍କ ଆଶ୍ରୟ ପାଇଁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଓଡ଼ିଶା ସମାଚାର