ଜଗତସିଂହପୁର, ,୨୨/୦୮/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ମୋଟ ୪୩ଟି ବିଦ୍ୟାଳୟର ଶ୍ରେଣୀ ଶିକ୍ଷାଦାନକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲାପାଳଙ୍କ ପକ୍ଷରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଓ ବର୍ଷା ଯୋଗୁଁ ବିଭିନ୍ନ ବିଦ୍ୟାଳୟର ଶ୍ରେଣୀ ଗୃହ ଜଳମଗ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ୪୩ଟି ବିଦ୍ୟାଳୟର ଏକ ତାଲିକା ପ୍ରକାଶ କରାଯିବା ସହିତ ଏହି ବିଦ୍ୟାଳୟରେ ପାଠପଢ଼ା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ଓଡ଼ିଶା ସମାଚାର