Sunday , September 24 2023
Breaking News
Home / ଶିକ୍ଷା / ସଂସ୍କୃତ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ସଂସ୍କୃତ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ଗରଦପୁର, ୨୧/୦୮/୨୦୨୨(ଓଡ଼ିଶା ସମାଚାର)- ଉତ୍କଳ ସଂସ୍କୃତ ଦିବସ ଆସନ୍ତା ସେପ୍ଟେମ୍ବର ୪ ତାରିଖ ରବିବାର ଦିନ ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଉଚ ବିଦ୍ୟାଳୟ ପରିସରରେ ପାଳନ କରାଯିବ । ସେଥିପାଇଁ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ  କଳାବୁଦା ହାଇସ୍କୁଲ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ  ଶରତ କୁମାର ପାଣି ସଭାପତିତ୍ୱ କରିଥିଲେ । ସଂଘର ସମ୍ପାଦକ  ଭଗବାନ ସାହୁ ଏଥିରେ ଯୋଗଦେଇ ସଂଘିୟ ବାର୍ତା ଓ ସଂସ୍କୃତ ଦିବସର  ଅତିଥି ଚୟନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମିଶ୍ର ଯୋଂଗଦେଇ  ସଂସ୍କୃତ ଭାଷା ବଂଚି ରହିଲେ ଆମ ସଂସ୍କୃତି ବଂଚି ରହିବ ବୋଲି କହିଥିଲେ । ପ୍ରାରମ୍ଭରେ ପଣ୍ଡିତ ପର୍ଶୁରାମ ତ୍ରିପାଠୀ ବେଦ ପାଠ କରିଥିଲେ । ସଂସ୍କୃତ ଦିବସ ପାଳନରେ କେନ୍ଦ୍ରାପଡ଼ା ଜିଲାର  ସମସ୍ତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବାକୁ ଅନୁରୋଧ କରାଯାଇଛି । ଆଜି ର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶ୍ରୀନାଥ ମିଶ୍ର, ପ୍ୟାରିମୋହନ ସ୍ୱାଇଁ, ଗୋଲକ ବିହାରୀ ନାୟକ, ବାବାଜୀ ଚରଣ ସ୍ୱାଇଁ, ଜୟନ୍ତ କୁମାର ପଣ୍ଡା, ହାଡ଼ିବନ୍ଧୁ ଭୂୟାଁ । ଭାଗବତ ପତ୍ରୀ ,  ଭୁବନ ମୋହନ ମିଶ୍ର,  ଅକ୍ଷୟ କୁମାର ପତ୍ରୀ,  ପ୍ରଶାନ୍ତ କୁମାର ଦାସ,  ସୁଜୟ କୁମାର ବେଉରା, ସୁରେଶ ଚନ୍ଦ୍ର ପାଣି , ପ୍ରଭାତ କୁମାର ତ୍ରିପାଠୀ, ମାଗୁଣି ଚରଣ ବେହେରା, ସତ୍ୟ ରଂଜନ ସଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେେରେ ଜୟନ୍ତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *