Wednesday , September 28 2022
Breaking News
Home / ବିଶେଷ / ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ୟ୍ୟ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ୟ୍ୟ

ସମ୍ବଲପୁର ୨୦/୦୮/୨୦୨୨(ଓଡ଼ିଶା ସମାଚାର)- ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ୟ୍ୟ କରାଯାଇଛି। ସମ୍ବଲପୁରରେ ଥିବା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ଲଗ୍ନ ଧାର୍ୟ୍ୟ କରାଯାଇଛି। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀତିଥି ଆସନ୍ତା ସେପ୍ଟେମ୍ବର ୧ତାରିଖ ଗୁରୁବାର  ତୁଳାଲଗ୍ନରେ ପୂର୍ବାହ୍ଣ ୧୦ଟା ୫୬ରୁ ୧୧ ଟା ୧୦ ମଧ୍ୟରେ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି କରାଯିବ।

ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପ୍ରଥମେ ବିଦ୍ବାନ,ପଣ୍ଡିତ ପହଞ୍ଚିଲା ପରେ ବିଷ୍ଣୁ ସହଶ୍ର ନାମ ପାଠ କରିଥିଲେ। ଏହା ପରେ  ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବ୍ରହ୍ମ ପଣ୍ଡିତ ମହାସଭାରେ ପଞ୍ଜିକା ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ଦେବେ।ଅନ୍ୟପଟେ ନୂଆଖାଇ ପାଇଁ ସମ୍ୱଲପୁରର ବିଭିନ୍ନ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଲାଣି। ଓଡ଼ିଶା ସମାଚାର

Leave a Reply

Your email address will not be published.