Wednesday , September 28 2022
Breaking News
Home / ତାଜା ଖବର / Breaking News : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ , ୩ ମୃତ , ସ୍କୁଲ ଛାତ୍ର ଛାତ୍ରୀ ଙ୍କ ସମେତ ବହୁ ଆହତ

Breaking News : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ , ୩ ମୃତ , ସ୍କୁଲ ଛାତ୍ର ଛାତ୍ରୀ ଙ୍କ ସମେତ ବହୁ ଆହତ

ଦେବଗଡ଼/ମାହାଙ୍ଗା/କେନ୍ଦ୍ରାପଡ଼ା: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ମାଧବ (ପ୍ରଧାନସାହି) ଗ୍ରାମରେ ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତର ଶିକାର ହୋଇଥିଲେ ସୁରେନ୍ଦ୍ର ବସ୍ତିଆ (୫୫) ନାଁରେ ଜଣେ ଚାଷୀ। ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚାରିଛକ ଫାଣ୍ଡି ପୁଲିସ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ସେହିପରି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ନାହାଙ୍ଗ ପଂଚାୟତ ବାଲିପଡ଼ାରେ ବଜ୍ରାଘାତରେ ଜଣେ ମୃତ୍ୟୁ ବରଣ କରିବା ସହିତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ସମସ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ବିଲରେ କାମ କରୁଥିବା ସମୟରେ ଘଡଘଡି ମାରିଥିଲା । ମୃତକ ଜଣଙ୍କ ହେଉଛନ୍ତି ସୁରେଶ ଜେନା (୧୬ )। ଘଡଘଡି ମାରିବା ପରେ ସେ ବିଲରେ ପଡିଯାଇଥିଲେ । ସଂଗେ ସଂଗେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଟୁକୁନା ଜେନା,ଗୋପାଳ ଜେନା ଓ ହାୱାଡା ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେହିପରି କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଗଣେଷପୁର ଗ୍ରାମରେ ବିଲରେ କାମ କରୁଥିବା ସମୟରେ ବଜ୍ରଘାତ ଘଟିବାରୁ ଜଣେ କୃଷକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଚାନ୍ଦୋଳ ପଞ୍ଚାୟତ ଗଣେଷପୁର ଗ୍ରାମର ଦିବାକର ମଳିକ।
ସେହିପରି ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ହେବାରୁ ୭ ଜଣ ପିଲା ଆହତ ହୋଇଛନ୍ତି। ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତିଲେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତ ହେବାରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଛାତ୍ରୀମାନେ ହେଲେ କୁଟୁରାପଶି ଗ୍ରାମର ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ସାଲିନୀ ସାହୁ, ସାଲିନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ । ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି।ବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଠପଢା ଚାଲିଥିବାବେଳେ ଦିନ ୧ଟା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତ ଯୋଗୁଁ ଗୁରୁତର ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ଦେବଗଡ ଜିଲ୍ଲା ମୁଖ୍ୟ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ବେହେରା ଘଟଣାସ୍ଥଳରେ ପଂହଚି ଗୁରୁତର ଥିବା ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବୁଝାସୁଝା କରିଛନ୍ତି। ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରୀର ବିଦ୍ୟୁତ ବଲ୍ବ ପୋଡି ଯିବା ସହିତ ଶ୍ରେଣୀ କୋଠରୀ ଚଟାଣ ଫାଟି ଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.