Wednesday , September 28 2022
Breaking News
Home / ବିଶେଷ / ହୀରାକୁଦ ଜଳ ଭଣ୍ଡାରର ବନ୍ଦ ହେଲା ଆଉ ୪ଟି ଗେଟ୍, ଏବେ ୨୮ଟି ଗେଟ୍ ଖୋଲା

ହୀରାକୁଦ ଜଳ ଭଣ୍ଡାରର ବନ୍ଦ ହେଲା ଆଉ ୪ଟି ଗେଟ୍, ଏବେ ୨୮ଟି ଗେଟ୍ ଖୋଲା

ସମ୍ବଲପୁର, ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୪ ଟି ଗେଟ୍ ବନ୍ଦ ହେଲା । ଏବେ ମୋଟ୍ ୨୮ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ସକାଳ ସମୟରେ ୪ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ମଧ୍ୟାହ୍ନରେ ଆଉ ୪ ଗେଟ୍ ବନ୍ଦ ହୋଇଥିଲା । ବର୍ତ୍ତମାନ ହୀରାକୁଦରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।
ଖବର ଅନୁଯାୟୀ, ବୁଧବାରଠୁ ଉପରମୁଣ୍ଡରେ ବର୍ଷା ହେଉନାହିଁ । ପୂର୍ବ ତୁଳନାରେ ଉପରମୁଣ୍ଡରୁ କମ୍ ପାଣି ଆସୁଛି । ଏପିରିକି ତଳମୁଣ୍ଡରେ ମଧ୍ୟ ବର୍ଷା ହେଉନାହିଁ । ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଜଳସ୍ତର କମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆଜି ୧୨ଟି ଗେଟ୍ ବନ୍ଦ କରାଯାଇଛି । ସକାଳେ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଏବେ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଉଛି । ବର୍ତ୍ତମାନ ହୀରାକୁଦର ଜଳଭଣ୍ଡାରର ଜଳସ୍ତର ୬୨୩.୪୩ ଫୁଟ ରହିଛି , ଯାହାକି ସକାଳ ଅପେକ୍ଷା କମ୍ ଜଳସ୍ତର ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.