Wednesday , September 28 2022
Breaking News
Home / ବିଶେଷ / ବିଳାସୁଣୀ ମନ୍ଦିର ପରିସରରେ ଧର୍ମପରାୟଣ ମହିଳାଙ୍କ ଶୋକସଭା 

ବିଳାସୁଣୀ ମନ୍ଦିର ପରିସରରେ ଧର୍ମପରାୟଣ ମହିଳାଙ୍କ ଶୋକସଭା 

ରଘୁନାଥପୁର,୧୯/୦୮/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକର ବର୍ତୀ ସ୍ଥିତ ମା ବୁଢୀ ବିଳାସୁଣୀ ମନ୍ଦିର ପରିସରରେ ବିଶିଷ୍ଟ ସମାଜସେବୀ ଯୁଧିଷ୍ଠିର ସେଠୀଙ୍କର ମା ସଖୀ ସେଠୀଙ୍କର ଏକାଦଶାହ ଉପଲକ୍ଷେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରୀ ଦଳ ମୁଖ୍ୟସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ସଖୀ ସେଠୀ ଜଣେ ଧର୍ମପରାୟଣା, କର୍ତବ୍ୟପରାୟଣା, ପରୋପକାରି ମହିଳା ଥିଲେ ବୋଲି କହିଥିଲେ । ଏଥିରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ବବିତାରାଣୀ ସେଠୀ, ଲକ୍ଷ୍ମଣ ସେଠୀ, ଜିଲ୍ଲା ପରିଷଦ ସଦସ୍ୟା ରିନାରାଣୀ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ଇତିଶ୍ରୀ ମଲ୍ଲିକ, ନିରୂପମା ସେଠୀ, ଅଭିଷେକ, ଅଭିଳାଷ, ଆଦିତ୍ୟ, ଆଦ୍ୟାଶା, ଗୋଲେଖ ନାୟକ, ଆଇନଜୀବି ଯୁଗଳ ନାୟକ, ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ପ୍ରଧାନଶିକ୍ଷକ ମିହିର କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ତିର୍ତୋଲ ସଭାପତି ଗଙ୍ଗାଧର ବିଶ୍ୱାଳ, ପୂର୍ବତନ ସରପଂଚ ବିଜୟ ସ୍ୱାଇଁ, ତାରାକାନ୍ତ ଜେନା, ଖୋକନ ରାୟ, ମାନସ ଦାସ, ଅର୍ନ୍ତଯାମୀ ସାମଲ, ଇନ୍ଦୁଭୂଷଣ ଲେଙ୍କା ପ୍ରମୁଖ ବହୁ ବିଶିଷ୍ଟ ଲୋକ ଯୋଗଦେଇ ସ୍ୱର୍ଗତ ସଖୀ ସେଠୀଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.