Wednesday , September 28 2022
Breaking News
Home / ବିଶେଷ / ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ,୧୯/୦୮/୨୦୨୨(ଓଡ଼ିଶା ସମାଚାର)- କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କୁ ବଡ଼ ସଫଳତା ମିଳିଛି । ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ଲଗାଣ ବର୍ଷା ସତ୍ତ୍ୱେ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଂ ଅପରେସନ କରିବା ସହ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ଆଜି (ଶୁକ୍ରବାର) କନ୍ଧମାଳ ଏସପି ଭିନୀତ ଅଗ୍ରଓ୍ୱାଲ ନିଜ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୁଲିସ ଜବତ କରିଥିବା ମାଓ ସାମଗ୍ରୀ ମଧ୍ୟରେ କିଛି ମାଓ ପୋଷାକ, ମେଡିସିନ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଜଗ କମଳ, ଜ୍ୟାକେଟ, ସେଫଟି ଫିଉଜ, ସାବୁନ ତେଲ, ଲେଡ଼ିଜ ଇନର ଆଦି ୧୮ ପ୍ରକାର ସାମଗ୍ରୀ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମେ ମାସଁ ୨୨ ତାରିଖରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସାଗୁଡା ଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ରଣ କୌଶଳ, ଲଗାତାର କୁମ୍ବିଂ ଅପରେସନ ଯୋଗୁଁ ଜିଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି । ଆଗକୁ କୁମ୍ବିଂ ଜାରି ରହିବ ବୋଲି ଏସ୍ ପି କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.