Wednesday , September 28 2022
Breaking News
Home / ବିଶେଷ / ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ ଓରଫ ମହମ୍ମଦ ସତାରକୁ ଆଜି ସିନ୍ କ୍ରିଏସନ୍ ସାରି ଫେରିବା ବାଟରେ ଲୋକେ ବିଭିନ୍ନ ଦାବି ନେଇ ପୋଲିସ୍ ଗାଡିକୁ ଘେରାଉକରି ରଖିଥିଲେ। ଦୀର୍ଘ ୫ ଘଣ୍ଟା ପରେ ଆଜି ଶୁକ୍ରବାର ରାତି ୯ ଟାରେ ଲୋକଙ୍କ ଦାଵି ଆସନ୍ତା କାଲି ଶନିବାର ଏସ୍ ପି ଙ୍କ ନିକଟରେ ଥାନାରେ ଆଲୋଚନା କରାଯିବ ଵୋଲି ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଘେରାଉରୁ ଲୋକେ ହଟିଥିଲେ। ଏଥିରେ ବ୍ୟତିକ୍ରମ ହେଲେ ରବିବାର ଦିନ ଥାନା ଘେରାଉ କରାଯିବ ଵୋଲି ଲୋକେ ଚେତାବନୀ ଦେଇଛନ୍ତି। ଆଲୋଚନାରେ ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଅତିରିକ୍ତ ଏସ ପି କୃଷ୍ଣ ପଟ୍ଟନାୟକ, ତହସିଲଦାର ଇନ୍ଦିରା ସାହୁ, ସାଲେପୁର ଏସଡିପିଓ ଵିମଳ ଵାରିକ, ଆଇଆଇସି ରଶ୍ମି ରଞ୍ଜନ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଏସପି ଙ୍କ ସହିତ ଆଲୋଚନା ପାଇଁ ୨୦ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.