Wednesday , September 28 2022
Breaking News
Home / ବିଶେଷ / ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୁଳି କରି ହତ୍ୟାକଲେ ମାଓବାଦୀ

ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୁଳି କରି ହତ୍ୟାକଲେ ମାଓବାଦୀ

ନୂଆପଡ଼ା, ୧୯/୦୮/୨୦୨୨(ଓଡ଼ିଶା ସମାଚାର)- ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ନିର୍ମମ ହତ୍ୟା ଭାବେ ଗାଁ ଦାଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି। ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାଣି ଗ୍ରାମରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରୁ ମାଓ ପୋଷ୍ଟର ମିଳିଛି। ପଡ଼ୋଶୀ ଛତିଶଗଡ଼ ରାଜ୍ୟର ନାଗରାରା ଗ୍ରାମର ଅନନ୍ତରାମ ରାଉତ ନାମକ ଜଣେ ବ୍ୟକ୍ତି ଢେକୁନପାଣି ଗ୍ରାମରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ। ତାଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ତାଙ୍କ ଢେକୁନପାଣି ଗ୍ରାମ ଘରୁ ଡାକି ନେଇ ଗାଁ ଦାଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ଲାଲ ରଙ୍ଗରେ ପୋଷ୍ଟରେ ପୁଲିସ ଇନଫର୍ମର କାମ କରୁଥିବା ବ୍ୟକ୍ତିଙ୍କୁ ଏଭଳି ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି। ସେହିପରି ପୁଲିସ ଇନଫର୍ମର କାମ ଛାଡିବାକୁ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.