Wednesday , September 28 2022
Breaking News
Home / କୃଷି / ପାଇକା ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମି ଉପରେ ୫ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ  

ପାଇକା ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମି ଉପରେ ୫ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ  

ରଘୁନାଥପୁର, ୧୯/୦୮/୨୦୨୨(ଓଡ଼ିଶା ସମାଚାର)-ପାଇକା ବନ୍ୟାରେ ଏଅଂଚଳର ଶହ ଶହ ଚାଷୀଙ୍କର ହଜାର ହଜାର ହେକ୍ଟର ଚାଷଜମି ଉପରେ ୫ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହି ବନ୍ୟାଜଳ ଆଜକୁ ୭ଦିନ ହେଲା ପ୍ରବାହିତ ହେବା ଫଳରେ ରୁଆ ଯାଇଥିବା ଧାନତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ତଳି ଘେରରେ ଥିବା ଧାନତଳି ଗୁଡିକ ମଧ୍ୟ ବର୍ଷାଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଇଶାଣୀ ବ୍ରହ୍ମପୁର ପଂଚାୟତର ସାଧୁସାହି, ବ୍ରାହ୍ମଣଭୂଇଁ, ନେଉଟିଆକଣ, ରଇପଡା, ପଦ୍ମପୁର, ପଣ୍ଡୁଆ, କୋରକୋର, ବାଙ୍କଳ, କାଠୁଆଖଣ୍ଡ, ବ୍ରାହ୍ମଣଖଣ୍ଡ, ବସ୍ତିଆସାହି, ଶିର୍ଲୋ ବ୍ରହ୍ମପୁର, ଇଶାଣୀବ୍ରହ୍ମପୁର, ସାଇଁପୋରୁଆଁ, ବୋଦର, ଅଇନିପୁର, କଲରାବାଙ୍କ, ଫୁଲରା, ସରପୁର, ନାନପୁର, ବୋଧପୁର, ପୁରଣ, ଖରିପଡିଆ, କୁଳସାହି, କୁର୍ତାଙ୍ଗ, ଆଦି ଅଂଚଳର ହଜାର ହଜାର ଚାଷୀ ରୋଇଥିବା ଧାନଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଏବେ ଚାଷୀ ଚିନ୍ତାରେ । ଧାନ ତଳି କେଉଁଠୁ ପାଇବେ, ବନ୍ୟାପାଣି କମିବା ପରେ କିପରି ଧାନତଳି କେଉଁଠୁ ଆଣି ରୋଇବେ ସେ ଚିନ୍ତାରେ ପଡିଛନ୍ତି ଚାଷୀ । ସରକାର ଯୋଗାଇ ଦେଇଥିବା ଧାନବିହନ ଗଜା ହେଲାନାହିଁ । ଏହାପରେ ଚାଷୀ ବହୁ କଷ୍ଟରେ ଧାନବିହନ ସଂଗ୍ରହ କରି ତଳି ପକାଇ ଧାନତଳି ପ୍ରସ୍ତୁତ କରି ଧାନତଳୀ ରୋଇ ସାର ଔଷଧ ପକାଇଥିଲେ । ବନ୍ୟାପାଣିରେ ଉକ୍ତ ଧାନଗଛ ଗୁଡିକ ୮ଦିନ ହେଲା ବୁଡି ରହିବା ଫଳରେ ଧାନଗଛ ନଷ୍ଟ ହେବା ସହିତ ସାର ଔଷଧ ମଧ୍ୟ ଧୋଇଗଲା । ଏବେ ଚାଷୀ କେଉଁଠୁ ଧାନତଳି ଆଣି ବିଲରେ ରୋଇବେ ସେ ଚିନ୍ତାରେ ପଡିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.