Wednesday , September 28 2022
Breaking News
Home / ତାଜା ଖବର / କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି  ଘାଟିରେ  ଟ୍ରକ୍ ଓ ବସ୍ ମୁହାମୁହିଁ ଧକ୍କା , ଦୁଇଜଣ ଗୁରୁତର ଆହତ

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି  ଘାଟିରେ  ଟ୍ରକ୍ ଓ ବସ୍ ମୁହାମୁହିଁ ଧକ୍କା , ଦୁଇଜଣ ଗୁରୁତର ଆହତ

କଳାହାଣ୍ଡି , ୧୯/୦୮/୨୦୨୨(ଓଡ଼ିଶା ସମାଚାର / ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା  ଓ ନବରଙ୍ଗରପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା, ହୋଇ ଥିବା ଫଳରେ  ବସ୍ ଡ୍ରାଇଭର ଓ ଟ୍ରକ୍ ଡ୍ରାଇଭର  ଗୁରୁତର ଆହତ ହୋଇ ଥିବା ଜଣାପଡିଛି।   ଖବର ପାଇ  ଆମପାଣି ପୋଲିସ  କୋକସରା  ଦମକଲବାହୀନି ଓ ଧର୍ମଗଡ଼ ଦମକଲ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି  । ବର୍ତ୍ତମାନ ଦୁଇ ଜଣ ଡ୍ରାଇଭର ଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନା ପଠା ଯାଇଥିବା ଜଣାଯାଇଛି  । ବସଟି ଜୟପୁର ରୁ ଭବାନୀ ପାଟଣା ଅଭିମୁଖେ ଆସୁଥିବା ବେଳେ ଆମପାଣି ପଟୁ ଯାଉଥିବା ଏକ ଟ୍ରକ୍ ସହିତ ମୁହଁମୁହିଁ ଧକ୍କା ହୋଇଥିଲା  । ବସ୍ ରେ ମୋଟ ୧୨ ରୁ ୧୫ ଜଣ ଯାତ୍ରୀ ରହି ଥିବା ବେଳେ କାହାରି କିଛି କ୍ଷତି ହୋଇ ନ ଥିବା ଜଣା ପଡ଼ିଛି । ହେଲେ ବସ୍ ଓ ଟ୍ରକ୍ ଡ୍ରାଇଭର୍ ଙ୍କ ଗୋଡ ଭାଙ୍ଗି ଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.