Wednesday , September 28 2022
Breaking News
Home / ବିଶେଷ / ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପିଲାମାନଙ୍କ ମନରେ ଧାର୍ମିକ, ଆଧ୍ୟାତ୍ମିକ,ପାରସ୍ପରିକ ସଦଭାବନା ଓ ଭଲପାଇବା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ଶ୍ରୀ ରାଧା ଙ୍କ କୌତୁକ ପୋଷାକ ପ୍ରତିଯୋଗିତା  କରାଯାଇଥିଲା। ଏହି ଉତ୍ସବ ରେ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ,ଅଭିଭାବକ ,ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ପ୍ରଭୁ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପୌରାଣିକ ବେଶ ପୋଷାକରେ ସଜ୍ଜିତ କୁନି କୁନି ପିଲା ମାନଙ୍କ ପାଇଁ  କିଛି ସମୟ ବିଦ୍ୟାଳୟ ପରିସର ଆନନ୍ଦ ଉତ୍ସବମୁଖର ହୋଇଉଠିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଫେସର ଅନିରୁଦ୍ଧ ଖିଲାର ଓ ଡ.ଚନ୍ଦନା ବେହେରାଙ୍କ ନିର୍ଦ୍ଦେଶରେ ପିଲାମାନଙ୍କ ପରିଚୟ ପ୍ରଦାନ, ନୃତ୍ୟ,  ଗୀତ ଓ ସଂଳାପ ଉପସ୍ଥାପନ  କରାଯିବା ସହିତ ଏକ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୯୦ ଜଣ ଛାତ୍ର ଛାତ୍ରୀ ଶ୍ରୀକୃଷ୍ଣ  ଏବଂ ଶ୍ରୀ ରାଧା  ଚରିତ୍ର ରେ ଅଂଶ ଗ୍ରହଣ  କରିଥିବାବେଳେ ପ୍ରାୟ ୪୦ ଯୋଡି ରାଧା କୃଷ୍ଣ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତି, ସୀତାରାଣୀ ମହାନ୍ତି, ପ୍ରିୟଦର୍ଶିନୀ ମହାନ୍ତି, ସସ୍ମିତା ଦାସ ଓ ବିକାଶ କୁମାର ପାତ୍ର ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.