Wednesday , September 28 2022
Breaking News
Home / ବିଶେଷ / ଏଟିଏମ୍ ରୁ ଟଙ୍କା ପାଇ ବ୍ୟାଙ୍କ ମ୍ୟାନେଜର ଙ୍କ ଜିମା ଦେଲେ 

ଏଟିଏମ୍ ରୁ ଟଙ୍କା ପାଇ ବ୍ୟାଙ୍କ ମ୍ୟାନେଜର ଙ୍କ ଜିମା ଦେଲେ 

ରଘୁନାଥପୁର, ୧୯/୦୮/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ କୋରକୋର ଗ୍ରାମର ପ୍ରଦୀପ କୁମାର ନାୟକ ଆଜି ରଘୁନାଥପୁର ଷ୍ଟେଟ୍ ବ୍ୟଙ୍କ ଏଟିଏମ୍ କୁ ଟଙ୍କା ଉଠାଇବାକୁ ଯାଇଥିଲେ । ଏଟିଏମ୍ ରେ ଶ୍ରୀ ନାୟକ ଦେଖିଲେ ଟଙ୍କା ବାହାରିକି ଅଛି ଏବଂ ଉକ୍ତ ଟଙ୍କାକୁ ସେ ଆଣି ଗଣିବାରୁ ୬ଖଣ୍ଡ ୫ଶହ ଟଙ୍କିଆ ୩ହଜାର ଟଙ୍କା ଅଟେ । ଉକ୍ତ ଟଙ୍କାକୁ କ’ଣ କରିବେ ବୋଲି ରଘୁନାଥପୁର ଯୁବସମାଜସେବୀ ଚନ୍ଦ୍ରକାନ୍ତ ପଣ୍ଡାଙ୍କ ପରାମର୍ଶରେ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କୁ ଉକ୍ତ ଟଙ୍କା ଜିମା ଦେଇ ଏହି ଟଙ୍କା କାହାର, ତାହାର ଅନୁସନ୍ଧାନ କରି ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଟଙ୍କା ଫେରାଇ ଦେବାକୁ ସମାଜସେବୀ ଶ୍ରୀ ପଣ୍ଡା ମ୍ୟାନେଜରଙ୍କୁ ଅନୁରୋଧ କରିଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର ଉକ୍ତ ଟଙ୍କା ଯାହାର ତାଙ୍କୁ ଫେରାଇ ଦିଆଯିବ ବୋଲି ଶ୍ରୀ ପଣ୍ଡାଙ୍କୁ ପ୍ରତିସଶୃତି ଦେଇଥିଲେ । ପ୍ରତାପଙ୍କ ଏପରି ମହତ୍ କାର୍ଯ୍ୟକୁ ଏଅଂଚଳବାସୀ ଭୂୟଶୀ ପ୍ରଶଂସା କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.