Thursday , September 29 2022
Home / ରାଜନୀତି / ୩୦ଟି ଜିଲ୍ଲା ପାଇଁ ବିଜେଡ଼ିର ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ

୩୦ଟି ଜିଲ୍ଲା ପାଇଁ ବିଜେଡ଼ିର ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର,୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଗୁରୁବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଓଡ଼ିଶାର ୩୦ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବିଜେଡିର ଅନେକ ବରିଷ୍ଠ ନେତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ଏହି ବରିଷ୍ଠ ପର୍ୟ୍ୟବେକ୍ଷକଙ୍କ ତାଲିକାରେ କେଉଁ କେଉଁ ନେତାଙ୍କୁ ସୁଯୋଗ ମିଳିଛି ଓ ସେମାନଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି ନିମ୍ନରେ ଦିଆଯାଇଛି। ନିରଞ୍ଜନ ପୁଜାରୀ ଙ୍କୁ ନୂଆପଡ଼ା, କଳାହାଣ୍ଡି,ବଲାଙ୍ଗୀର ,ବରଗଡ଼ ଜିଲ୍ଲାର ଦାୟିତ୍ୱ ମିଳିଛି । ସେହିପରି ପ୍ରସନ୍ନ ଆଚାର୍ୟ୍ୟ ଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ , ପ୍ରମିଳା ମଲ୍ଲିକ ଙ୍କୁ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡଡ଼ା, ଗଜପତି ଜିଲ୍ଲାର ଦାୟିତ୍ୱ , ଦେବୀପ୍ରସାଦ ମିଶ୍ର ଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେହିପରି ମହେଶ୍ୱର ମହାନ୍ତି ଙ୍କୁ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ଦାୟିତ୍ୱ ମିଳିଥିବାବେଳେ ପ୍ରତାପ ଜେନା ଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.