Wednesday , September 28 2022
Breaking News
Home / ବିଶେଷ / ବାଣୀ ସାହିତ୍ୟ ସଂସଦ ର ୩୪ ତମ ବାର୍ଷିକୋତ୍ସବ ପାଳିତ

ବାଣୀ ସାହିତ୍ୟ ସଂସଦ ର ୩୪ ତମ ବାର୍ଷିକୋତ୍ସବ ପାଳିତ

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ ସହରର ସର୍ବ ପୁରାତନ ସଂଭ୍ରାନ୍ତ  ସାରସ୍ୱତ ଅନୁଷ୍ଠାନ ବାଣୀ ସାହିତ୍ୟସଂସଦ  ତରଫରୁ ୩୪ତମ ବାର୍ଷିକୋତ୍ସବ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ବିଷ୍ଣୁପ୍ରିୟା ଗାଲାକ୍ସି ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି । ସଂସଦର ପ୍ରତିଷ୍ଠାତା ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି , ଡଃ ଶରତ ରାୟ ମୁଖ୍ୟବକ୍ତା , ଡଃ ଯୁଗଳ କିଶୋର ହୋତା ସମ୍ମାନିତ ବକ୍ତା , କୁଳମଣି ଦତ ,ଅଧ୍ୟାପକ ବାସୁଦେବ ସାହୁ , ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ  ଦିଲ୍ଲୀପ କୁମାର ଦାସ ସମ୍ମାନିତ ଅତିଥି ଭାବେଯୋଗଦେଇ ସାଂପ୍ରତିକ ସମାଜରେ କୃଷ୍ଣ  ଚେତନା ର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । କବୟିତ୍ରୀ ତୁଳସୀ ରାଣୀ ବେହେରା , କବି କୁଳମଣି ଦତ ଙ୍କୁ ପ୍ରଶଂସାପତ୍ର , ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କବି ସନ୍ତୋଷ ଦ୍ୱିବେଦୀ , ବାସୁଦେବ ସାହୁ , ବିନୟ ପଟ୍ଟନାୟକ , ଉଦ୍ଧବ ମହାପାତ୍ର , ଲଳିତ ବେହେରା , ଲିଙ୍ଗରାଜ ବେହେରା , କବୟିତ୍ରୀ ବିଳାସିନୀ ପୃଷ୍ଟି , ତୁଳସୀରାଣୀ ବେହେରା , ଲୁକେଶ୍ୱରୀ ସା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ସାହୁ ସଂସଦର ଏକ ସଭାଗୃହ ପାଇଁ ଦୃଢ ପ୍ରତିଶୃତି ଦେଇଥିଲେ । ନାଟ୍ୟକାର ପ୍ରଶାନ୍ତ ଦ୍ୱିବେଦୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିବାସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.