Thursday , September 29 2022
Home / ବିଶେଷ / ବନ୍ୟା ବିପନ୍ନଙ୍କୁ ରାଜ୍ୟ ମହିଳା ବିଜେଡ଼ି ଉପସଭାନେତ୍ରୀଙ୍କ ଖାଦ୍ୟ ବଂଟନ – ଜଳବନ୍ଦୀରେ ଖୋର୍ଦ୍ଧା ବ୍ଲକର ଅନେକ ଗାଁ

ବନ୍ୟା ବିପନ୍ନଙ୍କୁ ରାଜ୍ୟ ମହିଳା ବିଜେଡ଼ି ଉପସଭାନେତ୍ରୀଙ୍କ ଖାଦ୍ୟ ବଂଟନ – ଜଳବନ୍ଦୀରେ ଖୋର୍ଦ୍ଧା ବ୍ଲକର ଅନେକ ଗାଁ

ନିରାକାରପୁର, ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁ ମହାନଦୀରେ ବନ୍ୟାଜଳ ଆସି ଖୋର୍ଦ୍ଧା ବ୍ଲକର ୩ ପଂଚାୟତର ୧୦ରୁ ଉର୍ଦ୍ଧ ଗ୍ରାମ ବର୍ତମାନ ଜଳବନ୍ଦୀରେ ରହିଛନ୍ତି । ଓରବରସିଂହ ପଂଚାୟତର ଡ଼ିହଖୋଳା, ହିରିମୂଳ, ରାୟପୁର, କୃଷ୍ଣପୁର, ମଶାଣିଆ, ଓରବରସିଂହ, ନରଣଗଡ଼ ପଂଚାୟତ ମାନପୁର, ଓରମୀ, ଧବଳପୁର, ବଳପୁର ସହିତ ବ୍ରଜମୋହନପୁର ପଂଚାୟତ ଶରଧାପୁର ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିବାରୁ ଉକ୍ତ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଓରବରସିଂହ ପଂଚାୟତର ବିଭିନ୍ନ ଗ୍ରାମକୁ ବୋଟ ଯୋଗେ ଯାଇ ରାଜ୍ୟ ମହିଳା ବିଜୁ ଜନତା ଦଳ ଉପସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ମହାପାତ୍ର ବନ୍ୟା ବିପନ୍ନ ଗ୍ରାମବାସୀମାନଙ୍କୁ ଚୁଡ଼ା, ଚିନି, ପାଉଁରୁଟି, ବିସ୍କୁଟ ସହିତ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ବଂଟନ କରିଛନ୍ତି । ଅଧିକ ସରକାରୀ ସାହାଯ୍ୟ ଅତିଶୀଘ୍ର ଯୋଗାଇ ଦେବାକୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ କରି ଜଣାଇଥିବା ଜଣାପଡ଼ିଛି । ଶୁକ୍ରବାର ମଧ୍ୟ ଖୋର୍ଦ୍ଧା ବ୍ଲକର ଅନ୍ୟ ବନ୍ୟା ବିପନ୍ନ ଅଂଚଳକୁ ଯାଇ ଖାଦ୍ୟ ବଂଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.