Wednesday , September 28 2022
Breaking News
Home / ବିଶେଷ /   ଢାବାରୁ ବିପୁଳ ମଦ ଜବତ

  ଢାବାରୁ ବିପୁଳ ମଦ ଜବତ

ଭୁବନ,୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ ଅଂଚଳରେ ଚୋରା ଦେଶୀ , ବିଦେଶୀ  ମଦ ବିକ୍ରି ହେଉଥିବା ସଂପର୍କରେ ବାରମ୍ବାର ଅଭିଯେଗ ହୋଇଆସୁଥିଲାବେଳେ ଗତକାଲି ରାତି ରେ  ଆଇ ଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରାଯାଇଥିଲା । ସଂଧ୍ୟାରେ ସହରର ଦୁଇଟି ଜାଗାରେ ଚଢାଉ କରାଯାଇ  ୫୦ ଲିଟର ମହୁଲି ଜବତ କରାଯାଇଥିବାବେଳେ ୨ ଜଣ ଙ୍କୁ ଗିରଫ କରାଯଇଛି । ରାତ୍ର ୧୦ ଘଟିକା ସମୟରେ ୫୩ ନମ୍ବର ଜାତୀୟ ରାଜପଥର ଏସାର ପେଟ୍ରୋଲ ପମ୍ପ ନିକଟରେ ଥିବା ଜଗନ୍ନାଥ ହୋଟେଲ (ଢାବା) ରେ ଚଢାଉ କରାଯଇ ଏକ ଫ୍ରିଜ ସମେତ ୯ ଟି ବ୍ରାଣ୍ଡର ବିପୁଳ ମଦ ଜବତ କରାଯାଇଥିଲା । ଢାବା ମାଲିକ କୌଶଳ କ୍ରମେ ଖସି ପଳାଇ ଯାଇଥିଲେ । ଏ ସଂପର୍କରେ ଭୁବନ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.